STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ନୂଆଁଖାଇ

ନୂଆଁଖାଇ

1 min
449


ଯେତେବେଳେ ସାରା  ଆକାଶେ ଭାସଇ

    ଧବଳ ବର୍ଣ୍ଣ ବାଦଲ

ନଈକୂଳେ ଫୁଟେ  କାଶତଣ୍ଡୀ ହସେ

   ସଂଜେ କେତେ ଜହ୍ନିଫୁଲ।

ପଶ୍ଚିମଓଡିଶା   ପାଣିରେ ପ୍ରାଣରେ

    ଆସେ କେଡେ ଉନ୍ମାଦନ

ଆସେ ନୂଆଁଖାଇ   ନୂତନ ସ୍ପନ୍ଦନ

     ଅଥୟ ହୁଅଇ ମନ।

ଏହି ପର୍ବ ଅଟେ    କୃଷିଭିତିକ ଯେ

   ଶାନ୍ତି ମୈତ୍ରୀ ପୂଜ୍ୟ ପୂଜା

ଉତ୍ପାଦିତ ଶସ୍ୟ  ଇଷ୍ଟଦେବୀ ଠାରେ

   ଭୋଗ ଲାଗେ କେଡେ ମଜା।

ଘରେ ଘରେ ପିଠା  ପଣା ଛଣା ହୁଏ

     ନବାନ୍ନଅର୍ପଣ ପରେ

ସାନମାନେ ସବୁ     ବଡ଼ ବଡୁଆଙ୍କୁ

    ମୁଣ୍ଡିଆମାରେ ଶ୍ରଦ୍ଧାରେ।

ଗାଆଁ ଗାଁଆ ମଧ୍ୟେ  ଖେଳ କସରତ

    କେତେ ବାଦୀ ସଂକୀର୍ତ୍ତନ

ନାଟ ପାଲା ଅବା  ଦାସକାଠିଆର

    ସାଂସ୍କୃତିକ କାର୍ଯ୍ୟକ୍ରମ।

ଭାବ ଆଦରର   ସୋହାଗର ପର୍ବ

    ଭାଇଚାରା ପ୍ରୀତି ବାଣ୍ଟି

ଭେଦଭାବ ଆଉ   ମତ ମନାନ୍ତର

    ଦୃଷ୍ଟିରୁ ଯାଆନ୍ତି ହଟି।

ପଶ୍ଚିମଓଡିଶା     ଗଣପର୍ବ ଆଜି

    ନାଆଁ ତାର ନୂଆଖାଇ

ମୋ ସମ୍ବଲପୁର   ଉଲ୍ଲାସେ ରହନ୍ତୁ

    ଜୁହାର ମାଆ ସମଲେଇ।

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics