STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଛନ୍ଦାୟିତ ଛାୟା

ଛନ୍ଦାୟିତ ଛାୟା

1 min
10


ମନ ଉପବନର ମହକ ପାଇଁ

ମନ ଗହନର ଚମକ ପାଇଁ

ପୀରତି ବଢେ ବୋଲି

କହନ୍ତି ଅମର ପ୍ରେମ କାହାଣୀ


ପ୍ରେମ ଯନ୍ତ୍ରଣା ପ୍ରତାରଣା ପାଇଁ

ମିଛ ପ୍ରବଞ୍ଚନା ଆଶ୍ଵାସନା ପାଇଁ

ପୀରତି ଘଟେ ବୋଲି

କହନ୍ତି ଖସଡ଼ା ଅମଡ଼ା ଗଡାଣୀ


ଏକପଟେ ତ୍ୟାଗର କଣ୍ଟକିତ କାୟା

ଅନ୍ୟପଟେ ଭୋଗର ଛନ୍ଦାୟିତ ଛାୟା

ଦେହ ଦେହଳିର ଭୂଗୋଳ

ଆତ୍ମା ଭେଦି ଛେଦି କଳରୋଲ


ଗୋଟେ ରସନା ରହିତ ବାସନା ବଞ୍ଚିତ

ଅନ୍ୟଟି କାମନା ଉତ୍ତେଜନା ଗର୍ତ୍ତେ ବ୍ୟଥିତ 


କୁଆଡେ ବା ଯିବ

ନିସ୍ତାର ନାହିଁ ବୋଲି 

ଆଭଟୁ ପାଉଟୁ ହେଉଛି ଜୀବ


ବେଳେ ବେଳେ ରସନା ବାସନାକୁ ତ୍ୟେଜି

ତ୍ୟାଗର ପ୍ରତିଦାନ ଉପରକୁ ଚଢିଯାଏ 

ମନ ମତି ମସ୍ତିସ୍କକୁ କବଳିତ କରେ

ରକ୍ତ ମାଂସ ଶିରା ପ୍ରଶିରାକୁ ଜାବୁଡି ଧରେ

ଆତ୍ମା ପରମାତ୍ମାର ଚୌହଦୀ ଡେଉଁ ଫେରେ


ଜାତି କୂଳ ବଂଶ ପରମ୍ପରା ଦିଶେନା

ପ୍ରୀତି ପାରାବାରେ ତିଳ ଚୋପା ମିଶେନା

କଦଳୀ ଭେଳା ଯେମିତି ବନ୍ୟାରେ ବୁଡେନା


ପ୍ରେମ ଆନନ୍ଦ ଏମିତି ଅମୂଲ୍ୟ ଅତୁଲ୍ୟ

ହାରିଲେ ବି ଭୁଲି ହୁଏ ନା

ଜିତିଲେ ବି ଜିଇଁ ହୁଏ ନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy