STORYMIRROR

Bijay Prusty

Fantasy

3  

Bijay Prusty

Fantasy

ଦଦରା ନାଆରେ ଜୀବନ

ଦଦରା ନାଆରେ ଜୀବନ

1 min
201


ହୃଦୟ ବଦଳେ ହୃଦୟ ଗୋଟିଏ

କିଏ ଅବା ଚାହେଁ ନାହିଁ

କିଏ ଅବା ଚାହେଁ ବଞ୍ଚିବା ପାଇଁକି

ଆଖି ଲୁହ ପିଇ ପିଇ I


ଆଖିରେ ଆଖିଏ ସପନ ଧରି ଯେ

ଦୁନିଆ ଦେଖଇ ନିତି

ଆଖିରୁ ସପନ ହଜିଗଲେ ତାର

କୋରି ହୋଇଯାଏ ଛାତି I


ଜୀବନ ନଈରେ ସଭିଏଁ ଭାସନ୍ତି

ମୃତ୍ୟୁ ନଉକା ବାହି

ଭଙ୍ଗା ହୃଦୟର ଯନ୍ତ୍ରଣାର ସ୍ୱର

ଶୁଭୁଥାଏ ରହି ରହି I


କିଏ ଭାଙ୍ଗୁଥାଏ କିଏ ଭାଙ୍ଗିହୁଏ

କିଏ ବା ପାରିବ କହି

ଭାଙ୍ଗି ଯାଉଥାଏ ମଣିଷ ଜୀବନ

ଭାଙ୍ଗି ଯାଉଥାଏ ନଈ I


ସଭିଏଁ ଭାସନ୍ତି ଜୀବନ ନଈରେ

ଭଙ୍ଗା ହୃଦୟଟେ ଧରି

କିଏ ବୁଡିଯାଏ ମଝି ନଈରେ ବା

କିଏ ହୋଇଯାଏ ପାରି I

     


Rate this content
Log in

Similar oriya poem from Fantasy