ବାର ରାଶି ଗୀତ
ବାର ରାଶି ଗୀତ
ଏକ ମେଷ ଭାରତ ଆମର ଦେଶ l
ଦୁଇ ବୃଷ ରଖିବା ତାହାର ଯଶ l
ତିନି ମିଥୁନ ଆମେ ସବୁ ତା' ସନ୍ତାନ l
ଚାରି କର୍କଟ ହଟାଇ ଯେତେ ସଙ୍କଟ l
ପାଞ୍ଚ ସିଂହ ଜୟ ଭାରତ ମାତା କୁହ l
ଛଅ କନ୍ୟା ଭାରତ ମାତା ତୁ' ଧନ୍ୟ l
ସାତ ତୁଳା ଆମେ ଗାନ୍ଧିବାଦୀ ପିଲା l
ଆଠ ବିଛା କରିବା ଗାନ୍ଧୀଙ୍କ ପିଚ୍ଛା l
ନଅ ଧନୁ ଭୁଲି ନ ଯାଇ ଆମେ ମନୁ l
ଦଶ ମକର ହେବା ତାଙ୍କ ପରି ବୀର l
ଏଗାର କୁମ୍ଭ ମନରେ ଧରି ଆମେ ଦମ୍ଭ l
ବାର ମୀନ ରଖିବା ଦେଶର ମାନ l
