STORYMIRROR

Judhisthir Majhi

Tragedy Fantasy Inspirational

3  

Judhisthir Majhi

Tragedy Fantasy Inspirational

ଆମେ ଓଡିଆ

ଆମେ ଓଡିଆ

1 min
324

ଓଡିଆ ଆମେ ଓଡିଆ

ଆମ ଭାଷା ଭାରି ବଡିଆ

ଆମ ଭାଷାର ବିକାଶ ଲାଗି

ଆସ ହେ ଏକାଠି ହବା


  ବମ୍ବେ ଦିଲ୍ଲୀ ଗୋଆ ପଞ୍ଜାବ

 ଯେଉଁଠାରେ ପଛେ ତୁମେ ଥାଅ

ଆମ ପରମ୍ପରା ଆମ ସଂସ୍କୃତିକୁ

  ତୁ ସଦା ମନେ ରଖିଥା


ଆମ ମାଟି,ବୀର ଭୂଇଁ

ଭୀରୁ ପରି ବଞ୍ଚୁ କାହିଁ


ଜଗତ ହିତେ ଜୀବନ ଦେଇ

ଗାଇ ଯାଆ ଜୟ ଜୟ ଗାନ

ରଖି ଯାଆ ଉତ୍କଳ ମା'ର ମାନ


ଆମ ଗୌରବ ଆମ ମହିମା

ସତତ ଆମେ ମନେ ରଖିବା

ଦୀପଟେ ହୋଇ ଅନ୍ଧାର ସାଥେ

ଆସ ହେ ଆମେ ଲଢିବା


 ବୌଦ୍ଧ ଜୈନ ଶିଖ ଇସଲାମ

 ହୋଇଥାଅ ପଛେ ଯୋଉ ଧର୍ମ

ଓଡିଆ ମାଟିରେ ବାସ କର ଯଦି

  ତା ହେଲେ ତମେ ଓଡିଆ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy