STORYMIRROR

lLeena Pani

Fantasy

3  

lLeena Pani

Fantasy

ହେ କୃଷ୍ଣ ତୁମ ଅପେକ୍ଷା ରେ

ହେ କୃଷ୍ଣ ତୁମ ଅପେକ୍ଷା ରେ

1 min
282

ହେ କୃଷ୍ଣ ମୁଁ ଯାଇଥିଲି ତୁମ ପାଶେ

ଅପେକ୍ଷା ରେ ବସି ରହିଥିଲି

ତୁମକୁ ପାଇବାର ଆଶେ

ସେ ବୃନ୍ଦାବନ ଅଛି

କୃଷ୍ଣ ତୁମେବି ଅଛ

ସେ ମୂରଲୀ ର ସ୍ୱର

ଆଜିବି ଗୁଂଜୁଛି

ତୁମେ ଆସିବାର ଆଶାରେ

ଆଜିବି ବସିରହିଛି ତୁମ ଅପେକ୍ଷାରେ ।

ଆଜି ସେହି କୁଞ୍ଜ ବନ ନାହିଁ

ନଦୀର ଧାରା ଆଜି ବଦଳି ଯାଇଛି

ଆଜି ରାଧା ନାହିଁ ମୁଁ ଆସିଛି

ତୁମ ଅଭିସାରିକା ବନିବାର ଆଶାରେ ବସିଛି

ହେ କୃଷ୍ଣ ଥରଟିଏ ଆସିଦେଖ

ମୁଁ ସେହି ହତଭାଗିନୀ ବଂଚିଛି

ତୁମ ନାମ ସୁମରଣା କରିଚାଲିଛି ।

ଆଜି ତୁମ ମନ୍ଦିରରେ ଦୀପ ଜାଳୁଛି

ଦୀପ ସାଥେ ମୁଁ ବି ଜଳୁଛି

ତୁମ ପ୍ରେମିକା ବନିବାର ଆଶାରେ

ମୀରା ନୁହେଁ ମୁଁ ଅପେକ୍ଷାରତ ଅଛି

ମୀରା ତ ତୁମକୁ ପାଇଛି

ହେ କୃଷ୍ଣ ଆଜିଥରେ ଆସ

ମୁଁ ସେହି ତୁମ ଯୋଗିନୀ

ତୁମ ଅପେକ୍ଷା ରେ ଆଜି ମୁଁ ପାଗଳିନୀ ।

ହେ କୃଷ୍ଣ ତୁମେ ଆସିଥିଲ

ଆସିଥିଲ ମୋର ପାଖକୁ

ତୁମକୁ ମୁଁ ଅନୁଭବ କରିଥିଲି

ପାଇଥିଲି ତୁମର ସାନିଧ୍ୟ କୁ

ହେ କୃଷ୍ଣ ତୁମେ ଶୁଣିଥିଲ ମୋର ଆବେଗକୁ

ଆଜି ସତରେ ତୁମେ ଆସିଥିଲ ତୁମଦାସୀ ପାଖକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy