STORYMIRROR

Chaturbhuja Sahoo

Fantasy

3  

Chaturbhuja Sahoo

Fantasy

ତମେ - ନିହାତି ଅଭଦ୍ର ଲୋକ

ତମେ - ନିହାତି ଅଭଦ୍ର ଲୋକ

1 min
170


ଦିନରେ ଦେଖାଅ ଲଣ୍ଠନ ବୋଲି

ଛାତି ଆମ ଧକଧକ ,

ଶଠ ପାଜି ଶବ୍ଦ ଶସ୍ତା ତୁମ ପାଇଁ

ହେ ବଅଁଶମରା ଡାହୁକ,

ଗୋଲମଗିରିରେ ଧୁରନ୍ଧର ବୋଲି

ତମେ - ନିହାତି ଅଭଦ୍ରଲୋକ ।


ସମୟଜ୍ଞାନରେ ଆଗୁସାର ତମେ

କରିତ୍ତକର୍ମା ମହାଯୋଗୀ,

ଆପଣାକରମ ସାଧନରେ ବ୍ରତୀ

ଅପଦାର୍ଥ ବଦରାଗି,

ପର ଝିଅ ବୋହୁ ସୁନ୍ଦର ତମକୁ

ଖରାପ ଆପଣାଯାକ,

ସେଥିପାଇଁ ବୋଧେ ଦୁନିଆ କହୁଛି

ତମେ - ନିହାତି ଅଭଦ୍ରଲୋକ ।


ମାଆ'ରେ ପ୍ରତ୍ଯୟ ଶଳା ଚୁତ୍ତିଆ

ଅଳଙ୍କାର ତମ ପାଇଁ ,

ବେହିଆଙ୍କ ଗୁରୁ ପରମ ହାରାମି

ସମ୍ପର୍କର ମାନେ ନାହିଁ,

ଖଟ ଖାଇ ତମେ ଖଟୁଲି ବି ଖାଅ

ନାହିଁ ଆମ ଅଭିଯୋଗ,

ଗାଁ ଠୁ ସହର ସଭିଙ୍କ ପାଟିରେ

ତମେ - ନିହାତି ଅଭଦ୍ରଲୋକ ।


Rate this content
Log in

Similar oriya poem from Fantasy