STORYMIRROR

Kananbala Das

Fantasy

3  

Kananbala Das

Fantasy

ମଗ୍ନ ପ୍ରତ୍ୟୟ

ମଗ୍ନ ପ୍ରତ୍ୟୟ

1 min
206


ତୋ ଛନ୍ଦା ଚରଣେବନ୍ଧା ମୋ ଜୀବନ


ଆକର୍ଷିତ କରେ ତୋର ବଂଶୀସ୍ଵନ


ପାଦରେ ବାନ୍ଧିଛି ତୋ ପାଇଁ ନୁପୁର


ରୁଣୁଝୁଣୁ ଶୁଭେ ପାଉଁଜି ର ସ୍ୱର


ପାଦରେ ଅଳତାଆଖିରେ କଜଳ


ଗଭାରେ ବାନ୍ଧିଛିଗଜରାର ମାଳ


ଘୁଙ୍ଗୁର ମୋ ନାଚିଯାଏତୋରବଂଶୀସ୍ବନେ,


ବ୍ୟାକୁଳ ହେଉଛି ମନଯିବାକୁ କଦମ୍ବ ବନେ।


କାହ୍ନାରେ


ତୋର ଆକର୍ଷଣ,


କରେ ସମ୍ମୋହନ,


ମନେ ଭରି ଆଲୋଡନ


ଆମ ପ୍ରେମ ନୁହେଁ ଅକାରଣ


ଶାଶ୍ୱତ ,ପବିତ୍ର,ଅପ୍ରାକୃତ


ପୁଣି ଦେହାତିତ,


ଦୁଇ ଦେହ ଏକ ମନ ଏକ ପ୍ରାଣ


ପୁଲକେ ପ୍ରତୀତ,


ପ୍ରୀତିରେ ଭରା ସ୍ପନ୍ଦନବନ୍ଧାଆମେ ଚିରଦିନ,


ଅଫୁରନ୍ତ ଆଶାରଅନ୍ତରଙ୍ଗ ଶ୍ରଦ୍ଧାର,


ନିଃସର୍ତ୍ତ ପ୍ରେମରଅସରନ୍ତି ଧାର,


ଅଭିଲାଷୀ ମଗ୍ନ ପ୍ରତ୍ୟୟର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy