STORYMIRROR

Dibya Ranjan Sahoo

Children Stories Fantasy Children

3  

Dibya Ranjan Sahoo

Children Stories Fantasy Children

ମୋ ପରିଚୟ

ମୋ ପରିଚୟ

1 min
201

ମୋ ପରିଚୟ ଆଜି ମୁଁ ଭୁଲେ, 

ଆଇନା ଭିତରୁ ଶୁଭୁଛି ଏବେ ତୁ କିଏ, ତୁ କିଏ

ଧେତ ତେରି ଭୁଲିଗଲି ପୁଣି ସେ ଉତ୍ତର ଟା ଯେ, 

ବିଫଳ ବି ମୁଁ ନିଜକୁ ଖୋଜି ନିଜର କହୁଥିବା ଆଖିଗୁଡିକରେ, 

ସମ୍ପର୍କ ର ଦ୍ୱାହି ଦେଇ ବସେ ମୋ ପରିଚୟ ଏଠି ମୋତେ

ଝାପସା ଦିଶଇ ଆଜି ଛିଟ ଜାମା ପିନ୍ଧା ଝିଅ ଟି ଗୋଟେ

ଥିଲା ସେ ମୁକ୍ତ ଏ ମିଛ ମାୟା ଫାଶ ରୁ ଯେବେ

ପରିଚୟ ଆଜି ମୋ ସ୍ୱାର୍ଥ ରେ ଗନ୍ଧୁଛି, 

ଅସଂଖ୍ୟ ଅଳି ଦାବୀ କରୁଛି

ଆକାବାକା ମୁଁ ଏଠି ଆଶା ଆଉ ଇଚ୍ଛା ର ଠେଲାପେଲା ରେ, 

ହଜିଯାଉଛି ମୋ ପରିଚୟ ଧୀରେ ଧୀରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍