ପାପ ଏବେ ଅସହାୟ
ପାପ ଏବେ ଅସହାୟ
ତୁମେ ଦେଇଥିବା
ସେଇ ଅସହାୟତା କୁ
ମୁଁ ଆଖି ତଳେ ଅତି ଯତ୍ନ ରେ
ସାଇତି ରଖିଛି ।
ମୁଁ ଦେଇଥିବା କିଛି ପାପ କୁ
ମୁହଁ ର ବହଳ ପ୍ରଲେପ ତଳେ
ଲୁଚେଇବାକୁ ଯାଇ ତୁମେ
ପ୍ରଦର୍ଶନ କରୁଛ ପ୍ରତିଦିନ ।
ଆଖିର ଲୁହ ରେ ଇତିହାସ
କିଏ ଲେଖିବ ଏଯାଏ ତ
ବିତର୍କ ଚାଲିଛି ତୁମ ମୋ ଭିତରେ ।
ଚାଲ ଏବେ ସମୟ କୁ ପଦାଘାତ କରି
ନୂଆ ଏକ ପାପ ର ସନ୍ଧାନ କରିବା
ଜୀବନ ର ସମସ୍ତ ହସ ଖୁସି
ସମାଧିସ୍ଥ ହେବା ପୂର୍ବରୁ
ମୋ ଆଗରେ ତୁମେ
ତୁମ ଆଗରେ ମୁଁ
ସବୁତକ ଅକୁହା କଥାର
ପେଡି ଖୋଲିଦେବା ।
କିଛି ପାପ ତୁମେ ନେବ
କିଛି ପାପ ମୁଁ ନେବି
ଆଉ କମ୍ ବେଶୀ ର ହିସାବ କରିବାନି
ତୁମେ ବି କହିବନି ସବୁ ପାପ
ତୁମେ ନେବ ବୋଲି ।
ତା ପରେ କଣ ହେବ କିଏ ଜାଣେ
ହୁଏତ ତୁମ ବାଟରେ ତୁମେ
ମୋ ବାଟରେ ମୁଁ
ଆଖି ଟେକି କେହି କାହାକୁ ଚାହିଁବାନି
କେମିତି ହୁଅନ୍ତା କହିଲ ?
