STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ଅଷ୍ଟ ଅବତାରେ ଗଜାନନ

ଅଷ୍ଟ ଅବତାରେ ଗଜାନନ

1 min
195


ଜୟ ଜୟ ଗଣନାଥ, ଘେନ ଦୀନ ଅଧମର ପ୍ରଣିପାତ

ଜୟ ଜୟ ଗଣନାଥ,।


ବିଘ୍ନ ବିନାଶନ, ମୂଷିକ ଆସନ, ପର୍ବତ ନନ୍ଦିନୀ ସୁତ

କୋଟି ସୂର୍ଯ୍ୟ ପ୍ରଭା, ସିନ୍ଦୂରର ଆଭା, ସମ କାନ୍ତି ବିଶୋଭିତ

ଜ୍ଞାନ ପ୍ରଦାୟକ, ଅଜ୍ଞାନ ନାଶକ, ଜୟ ଜୟ ଗୌରୀ ପୁତ୍ର

ଜୟ ଜୟ ଗଣନାଥ ।


ଅଷ୍ଟ ଅବତାରେ, ଧରଣୀ ପୃଷ୍ଠରେ, ରାକ୍ଷସେ କରିଲ ହତ

ବକ୍ର ତୁଣ୍ଡ ରୂପେ, ମତ୍ସରାସୁର ସେ, ଅଟେ ସେହି ଘୋର ଦୈତ୍ୟ

ସମନ ପୁରକୁ, ପେସିଦେଲ ତାକୁ, ଜୟ ସିଦ୍ଧି ରିଦ୍ଧି କାନ୍ତ

ଜୟ ଜୟ ଗଣନାଥ ।


ଏକଦନ୍ତାବତାର,ମାରି ମଦାସୁର, ଉଡ଼ାଇ ଦେଇଛ ନେତ

ମହୋଦର ରୂପେ,ମୋହାସୁର ଦର୍ପେ, ରଖିଛ ମାନ ମହତ

କୋଟିଏ ମନ୍ମଥ, ରୂପକୁ ନିନ୍ଦଇ, ପ୍ରଭୁ ତବ ସୌମ୍ୟକାନ୍ତ

ଜୟ ଜୟ ଗଣନାଥ ।


ରୂପ ଗଜାନନ,ଲୋଭାସୁର ସମ, ରାକ୍ଷସ କଲ ଦମନ

ପ୍ରଭୁ ଲମ୍ବୋଦର, ଦର୍ପେ କ୍ରୋଧାସୁର, କ୍ଷଣକେ କରି ମର୍ଦ୍ଦନ

ବିକଟାବତାରେ, ଦୈତ୍ୟ କାମାସୁରେ,କରିଦେଇଥିଲ ହତ

ଜୟ ଜୟ ଗଣନାଥ ।


ବିଘ୍ନରାଜ ଅବ-ତାରେ ମମାସୁରେ, ଧୂମ୍ରବର୍ଣ୍ଣ ଅବତାର

ଅହଂକାରସୁର, ଦର୍ପ ଚୁର୍ଣ୍ଣକର, ତୁମେ କରୁଣା ସାଗର

ଏମନ୍ତ ରୂପରେ, ୟେ ଧରା ଧାମରେ, ରୂପେ ହୋଇଛି ସମ୍ଭୁତ

ଜୟ ଜୟ ଗଣନାଥ ।


ୟେ ଶୁଭ ବାସରେ, ତବ ଶ୍ରୀପୟରେ, ଜଣାଣ କରେ ଅଧମ

ଅଜ୍ଞାନର କାଳ-, ରାତି ଦୂର କର, ଦେଇ ପ୍ରଭୁ ଦିବ୍ୟଜ୍ଞାନ

କ୍ଷମିବ ସକଳ, ମୋ ଦୋଷ ଦୁର୍ବଳ, “ଭଜେ” କରି ମଥାନତ 

ଜୟ ଜୟ ଗଣନାଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy