Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance Tragedy

3  

ପ୍ରଶାନ୍ତ କୁମାର ବେହେରା

Romance Tragedy

ଛଳନାମୟୀ ପ୍ରେମିକା

ଛଳନାମୟୀ ପ୍ରେମିକା

1 min
15



ମାୟାବିନୀ ପ୍ରେମିକା ସେ 

ପ୍ରେୟସୀର ମହତ୍ତ୍ବ ଅବା 

କେମନ୍ତେ ବୁଝନ୍ତା,


ସ୍ବପ୍ନରେ ତୋଳିଦିଏ ସେ

ଅସଂଖ୍ଯ ତାରା 

ଏଲୋରା ରୁ ଅଜନ୍ତା,


ମରୁରେ ବାରି 

ଭ୍ରମ ସେ ଯେ

ସ୍ବରୂପା ମରୀଚିକା ,


ଜୀବନ ସଂଗିନୀ 

ନୂହେଁ ସେ ଯେ

ଏକ ମିଥ୍ୟା ପ୍ରହେଳିକା,


ସେ କେବେ ଜାଣେନା 

ତ୍ୟାଗ ଓ ସର୍ମପଣ ଭାବର 

ଜୀବନସଂଗିନୀ


ସେ ଅବିଳମ୍ବେ 

ନେଈ ପାରେ ରୂପ

ଅଙ୍କଶାୟିନୀ,


ସେ ରୋମାଞ୍ଚିତ ଅସ୍ତିତ୍ୱ 

ବିନା ଦ୍ୱିଧାରେ ସାଜିପାରେ 

ଶଯ୍ୟାସଂଗିନୀ,


ସେ କାହୁଁ ବୁଝିବ 

ମଧୁକ୍ଷରା ସଂସାରର

ବନ୍ଧନ ମୋହକୁ ?


ସେ କେବେ ଜାଣେନା 

ପବିତ୍ର ପ୍ରେମର 

ଉଛୁଳା କୋହକୁ,


ତାର ଉପଲବ୍ଧି ନାହିଁତ 

ଐଶ୍ବରୀକ ପ୍ରେମର

ହୃଦୟ ଭର୍ତ୍ତି ସତ୍ତାକୁ,


ତାର କ'ଣ ବା ଯାଏ ଆସେ 

ପ୍ରେମିକର ହୃଦୟରେ 

ଜମାଟ ବାନ୍ଧିଥିବା ପ୍ରେମରେ,


ତାର ତ କେବଳ

ଏକମାତ୍ର ଆକର୍ଷଣ 

ତୁଚ୍ଛା ପ୍ରଣୟରେ, ଦେହ ମିଳନରେ,


ସେ ମୋହିନୀ 

ଛଳନାମୟୀ କୁହୁକିନୀ

ପୁରୁଷତ୍ୱକୁ ଆକର୍ଷଣ କରିବାରେ


ସେ ଏକ ପ୍ରହେଳିକା 

କାଳିମାର ସ୍ରୋତ

ମୋ ଜୀବନ ଗତିପଥରେ....


Rate this content
Log in

Similar oriya poem from Romance