STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ଛଳନା ଜାଣନ୍ତିନି ଜଗନ୍ନାଥ

ଛଳନା ଜାଣନ୍ତିନି ଜଗନ୍ନାଥ

1 min
259


ଖୋଲି ମାତୃଭାଷା ସିନ୍ଦୁକ 

ଶୁଣି ପୁଣି ତାର ଶବ୍ଦ କୁହୁକ 

ଛୁଇଁ ଯାଏ ମନେ ପ୍ରାଣେ ପୁଲକ 

କରି ଶୁଦ୍ଧ ଉଚ୍ଚାରଣ ଅନେକ 

କଥା କହିବା ଶୈଳୀରେ ଭରି କୁହୁକ 

ଆମ ମାତୃଭାଷା ର ମହକ 

ପରସ୍ପର ଭାବ ଦିଆନିଆ ସୈନିକ 

ସଂସ୍କୃତି ପରମ୍ପରା ର ଭାଷା ହିଁ ରକ୍ଷକ 

ଋତୁ ପରେ ଋତୁ ବିତୁ ଆସୁ ପଛେ ବୈଶାଖ 

ଭାଷା ସମୃଦ୍ଧି ରେ ଦେବା ରୂପରେଖ 

ଭାଷା ଧର୍ମରେ ଆମେ ହିଁ ଅଲେଖ 

ଜାତି ଗୋତ୍ର ହେଉ ଭାଷା ସୁରକ୍ଷା ରକ୍ଷକ 

ଭାଷା ଉନ୍ନତି ସାଧନେ ହେବା ଭାବୁକ 

ସମୃଦ୍ଧି ପାଇଁ ହେବା କବି ଲେଖକ 

ବିତରି ଯିବା ଭାଷା ର ସୁବାସ ମହକ 

ସବୁରି ଭିତରେ ନିଜ ଭାଷା ଆଲେଖ୍ୟ 

ଭାଷା ହେଉ ଆମ ରକ୍ତ ର ନିୟନ୍ତ୍ରକ 

ଉନ୍ନତି ରେ ତାର ହେବା ବଣିକ 

ଯୁଗେ ଯୁଗେ ଭାଷା ସ୍ୱତନ୍ତ୍ର ନିର୍ଣ୍ଣାୟକ 

ଭାଷା ନାଉରୀ ଶବ୍ଦ ଲହରୀ ଶିଖୁ ଆଗନ୍ତୁକ

ଆଉ ଯେତେ ଭାଷା ଶିଖୁଛ ଶିଖ 

ନିଜ ମାତୃଭାଷା ମହତ୍ତ୍ୱ ଗୁରୁତ୍ୱ ରଖ 

ମାତୃଭାଷା ବିକାଶରେ ନହୋଇ ବାଧକ 

ପରିପୃଷ୍ଠକତତ୍ତ୍ୱ ଭିତରେ ନହୁଅ ସମୀକ୍ଷକ 

ସମୃଦ୍ଧିଶାଳୀ ହେଉ ଭାଷା ର ପୁଲକ 

ମାତୃଭାଷା ରେ ବନ୍ଦନୀୟା ସାରା ମୁଲକ 

ଜଗନ୍ନାଥ, ଭାଷା ସାହିତ୍ୟ ଐତିହର ରକ୍ଷକ 

ଚାରିଅକ୍ଷରେ ଚାରିଧାମରେ ଚାରିଯୁଗରେ 

 ଶ୍ରେଷ୍ଠ ପୃଷ୍ଠପୋଷାକ ଓ ମୋକ୍ଷ ଦାୟକ 

ଛଳନା ଜାଣନ୍ତିନି ଠାକୁର ଆମର ଭାଷା ନିର୍ଣ୍ଣାୟକ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract