STORYMIRROR

Ajay kumar Behera

Tragedy

3  

Ajay kumar Behera

Tragedy

"ଛଳନା-୫"

"ଛଳନା-୫"

1 min
217


ନିଜ ଖୁସି ମୁହିଁ  ଦେଇ ଦେଲି ତୋତେ

ହୃଦୟରୁ ମୋର କାଢି

ଅଦରକାରୀ ଭାବି  ଫିଙ୍ଗି ଦେଲୁ ତୁହି

ହୃଦୟ ମୋ ଗଲା ଛିଡ଼ି।୧।


ତିଳ ତିଳ ହୋଇ  ମରୁ ଅଛି ମୁହିଁ

ଭାବୁ ନାହିଁ କାହିଁ ଥରେ

ମିଳିଗଲା ବୋଲି  ପର ସୁଖ ତୋତେ

ମନ ନାହିଁ ମୋ ଠାରେ।୨।


ପ୍ରେମ ନୁହେଁ ସେତ  କିଣା ବିକା ଚିଜ

ସହଜେ ମିଳିବ ସିଏ

ତୋ ପ୍ରେମରେ ଆଲୋ  କେତେ ଯେ ଛଳନା

ଏକଥା ବୁଝିବ କିଏ।୩।


ଠକି ଦେଇ ତୁହି  ଚାଲି ଯାଆ ପଛେ

କାନ୍ଦିବୁ ବସି ତୁ ଦିନେ

ଆଖି ଲୁହ ସବୁ  ଝରିଯିବ ଆଲୋ

ପଡିବି ମୁହଁ ତୋ ମନେ।୪।


କି ଲାଭ ପାଇବୁ  ବୁଝୁ ନାହୁଁ ଆଜି

ଲୁହରେ ଭିଜିବ ଆଖି

ଯେତେ ଝୁରିଲେ  ବି ଦୂରରେ ତୁହି ଲୋ

ପାରିବୁ ନାହିଁ ତୁ ଦେଖି।୫।


ସ୍ୱାର୍ଥ ପାଇଁ ସିନା  ଭୁଲି ଗଲୁ ମତେ

ଭାବିଲୁ ନାହିଁ ତୁ ଥରେ

ସିଏ ନୁହେଁ ଚିର  ସରି ଯିବ ଦିନେ

ହେବୁ ଭାରି ହିନସ୍ତାରେ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy