STORYMIRROR

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ଛଳନା-2

ଛଳନା-2

1 min
126


ଛଳନା ହେଉଛି  ନୂଆ ଭୂଆଶୁଣୀ

  ମୋହିନୀ ତାହାର ନାଆଁ 

ଓଢ଼ଣୀ ତଳେ ସେ  ହସେ କିରିକିରି 

   ସଭିଙ୍କୁ କରେ କିମିଆ ।


କଳା ସୁନିପୁଣା  ମହାବିଦ୍ୟା ସିଦ୍ଧା

   ଅଦ୍ଭୁତ ତା ଠାଣିମାଣି

ସଂଗୋପିତ ତାର  ମନ ଅଭିଳାଷା

   ସହଜେ ନହୁଏ ଜାଣି ।


ଗୋପ ନଗରୀର  ଦୂତି ଚାରୁକେଶୀ

   ସମ୍ମୋହନ ପାରଙ୍ଗମା

ହେଉ ଯୁଦ୍ଧ ଅବା  ପ୍ରେମ କୁରୁକ୍ଷେତ୍ର

  ହାରି ଶିଖି ନାହିଁ ଜମା ।


ବେଶ ପରିପାଟୀ  ଅଙ୍ଗଭଙ୍ଗୀ ତାର

  ମନକୁ କରେ ମୋହିତ

ମଧୁର ଆତ୍ମିକ  ବଚନେ ନିମିଷେ

  କରିପାରେ ସର୍ବେ ବଶ ।


ହାସ୍ୟଲାସ୍ୟ ପ୍ରେମ ନୃତ୍ୟ ଗୀତ ଛନ୍ଦ

  ପାକକଳା ସିଦ୍ଧ ହସ୍ତା

କଳ ଓ କୈ।ଶଳେ ଲକ୍ଷ୍ୟ ସାଧନ

  ଛଳନାର ପରିଭାଷା ।


ଓଢ଼ଣା ଖୋଲିଲେ ଫିଟିଯାଏ ଯେବେ

  ଦେବୀ ଭାନୁମତୀ ପେଡ଼ି

ଖୋଲେ ଛଳନାର ମୁଖ ଛଦ୍ମବେଶ

  ଭଲମନ୍ଦ ହୁଏ ଜାଣି ।

  



Rate this content
Log in

Similar oriya poem from Romance