STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

0.8  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଛଦ୍ମ ବେଶର ଛାଇ

ଛଦ୍ମ ବେଶର ଛାଇ

1 min
14.2K


ଅଜିତ କୁମାର ସାବତ


ମହଣ ମହଣ ମହୁରେ

ନିଜେ ନିଜକୁ ସଜାଇ

ପ୍ରଜାପତି ଯଦି

ନାଗୁଣୀ ସାଜି

ପଦ୍ମ ତୋଳାରେ ନାଚି ନାଚି

ଦଂଶିଦିଏ କେଳାକୁ

କୁହ ବନ୍ଧୁ

ଦୋଷ କାହାକୁ ଦେବା ?

ବର୍ଷା ବେଳରେ ହେଉ

ହେଉ ଅବା

ଶିଶିର ଶୀତରେ

ରାତିର କଜଳକୁ

ଆଖିରେ ମାରି

ଆଇଁଷ ମନ, ଆତ୍ମାକୁ ନେଇ

ଆଶ୍ରିତ ଯଦି

ଲୁଟିଯାଏ ଆଶ୍ରୟଦାତାକୁ

କୁହ ବନ୍ଧୁ

ଦୋଷ କାହାକୁ ଦେବା ?

ଅବିଳମ୍ବେ

ଅସ୍ପଷ୍ଟ ସାଜି ଏଠି

ସଭିଙ୍କ ଚିତ୍ର ଚରିତ୍ର

କ୍ଷଣକରେ

ଚାଲଇ ଚଇତି ଘୋଡ଼ା

ଚକମା ଦେଇ ସାଜି ଉଠେ

ନାଗଫାଶ

ଶୋଷି ଦେବାକୁ ଶେଷ ରକ୍ତ ବିନ୍ଦୁ.....

.ଆଭାଗା ଅମଣିଷ

ଅମରତ୍ଵର ଆଶାରେ

ଛଦ୍ମବେଶର ଛାଇ ହୋଇ

ଜାଗି ଉଠେ

ମାତ୍ ଦେବାକୁ

ମୋହଗ୍ରସ୍ତ ମଣିଷକୁ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics