STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଛବି ବହି

ଛବି ବହି

1 min
143


ମୋ ଛବି ବହି ଭାରି ବଢିଆ

ଶିଖିବା ସହଜ ଭାଷା ଓଡ଼ିଆ

ମନ ଆନନ୍ଦରେ

 ଟିକି ଛୁଆଟି

ଚଉକି ପାତି

ଛବିକୁ ଦେଖି

ପଢଇ ବସି

ପାଟି ଖୋଲଇ

ଉଚ୍ଚାରେ ଶବଦ ଖନଖନେଇ ।

ମୋ ଛବି ବହି ଛବିଳ ରଙ୍ଗ

ଭରିଦିଏ ମନେ କେତେ ସରାଗ

ଫୁଲ ପଶୁ ପକ୍ଷୀ

ଜାତିକୁ ଜାତି

ଘୋଡା ଓ ହାତୀ

ଛବିକୁ ଦେଖି

ଉଠଇ ନାଚି

ସରଳ ମନ

ଚିହ୍ନିଯାଏ କ୍ରମେ ସ୍ୱର ବ୍ୟଞ୍ଜନ ।

ଅବନା ଅକ୍ଷର ଶବ୍ଦ ସରଳ 

ଛୋଟ ଛୋଟ ବାକ୍ୟ ଗୀତ ସୁନ୍ଦର

ବାମରୁ ଆରମ୍ଭ କରି

ମାରି ଆଙ୍ଗୁଠି

ଛୋଟ ପିଲାଟି

ଚିହ୍ନେ ଯୁକ୍ତାକ୍ଷର

ଗୋଟିକି ଗୋଟି

ଛବି ବହିଟି

ଭାଷା ମୂଳଦୁଆ ପହିଲି ସାଥି ।



Rate this content
Log in

Similar oriya poem from Inspirational