ଛାତ୍ର ଜୀବନ
ଛାତ୍ର ଜୀବନ
ଆମେରେ ସଭିଏଁ ସାଙ୍ଗ ସାଥି
ଏକାଠି ବସି ପଢିବା ନିତି ।
ନିଆରା ଅଟେ ଛାତ୍ର ଜୀବନ
ଧ୍ୟାନ ଦେବା ବିଦ୍ୟା ଅଧ୍ୟୟନ ।
ଛାତ୍ରାବାସରେ ବହୁ ଆନନ୍ଦ
ହୁଏ ଭାରି ଆମୋଦ ପ୍ରମୋଦ I
ପିତାମାତାଙ୍କ କଥା ଭାବିବା
ସମୟକୁ ନଷ୍ଟ ନକରିବା ।
ଭବିଷ୍ୟତେ ସୁଶିକ୍ଷିତ ହେବା
ଦେଶ ଜାତିର ଟେକ ରଖିବା ।
ମିଳାଇ ଆସ ହାତକୁ ହାତ
ନେବା ସମସ୍ତେ ବଜ୍ର ଶପଥ ।
ଦୁଷ୍ଟ ଛାଡି ଭଲ ପିଲା ହେବା
ନିଶ୍ଚୟ ସଫଳତା ପାଇବା ।
ସର୍ବଦା ଶ୍ରମ କରି କଠିନ
ପୂର୍ଣ୍ଣ କରିବା ସବୁ ସପନ ।
ରଖିଯିବା ଯେବେ ନାମ ଆମ
ସାର୍ଥକ ହେବ ନର ଜନମ ।
ପ୍ରଭୁ ଦେହେ ଆମ ଦିଅ ଶକ୍ତି
ସେବା କାର୍ଯ୍ବେ ଯାଉ ପ୍ରାଣ ବିତି ।
