ଛାଇ
ଛାଇ
ହସେ କାନ୍ଦେ କଥାକହେ
ଦୁଃଖ ସୁଖ ସହଚର ପାଖେ ଥାଏ
ମନୁଷ୍ୟର କି ରଙ୍ଗ ତାର କଳା ରହେ
ମାଉନବ୍ରତ ଭିତରେ ବୁଝି ଶୁଣି ରହେ
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଖାଟିଏ ସିଏ
ଅବିକଳ ହାତ ଗୋଡ ଥାଏ
ଅଙ୍ଗଭଙ୍ଗି ସମତଳ ରହେ
ଇଚ୍ଛା ଅନିଚ୍ଛାର ଭାଗୀଦାର ହୁଏ
ଏମିତି ବନ୍ଧୁ ବା ବାନ୍ଧବୀ କାହିଁ ଆଉ କିଏ
ଛାଡିଯାଏ ନାହିଁ ପାଖେ ପାଖେ ଥାଏ
ମନର ସବୁକଥା ତାକୁ କହି ହୁଏ
ପିଲାଦିନେ ଭୂତ ଭାବୁଥାଏ
ବଡହେଲେ ନଚିହ୍ନିଲା ପରି ଥାଏ
ବାର୍ଦ୍ଧକ୍ୟ ନିବାରକ ସାଥୀ ସିଏ
ସବୁଠୁ ନିଜର ଆନୁଗତ୍ୟ ଅନୁଗତଟିଏ
ତା ପରି ମୁଁ ନୁହେଁ ମୋ ପରି ସିଏ ନୁହେଁ
ପ୍ରତିଛବି କିଏ କୁହେ
ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ
ପ୍ରତିଶ୍ରୁତି ପାଇବି ନଥାଏ
ପ୍ରତାରଣା ବିହୀନ ତା ପ୍ରେମ ଚିହ୍ନୁଛି ବା କିଏ
ଜୁଇରେ ଜଳିଯିବା ଯାଏଁ ପିଛା ଛାଡ଼ିନଥାଏ।
