STORYMIRROR

Sunanda Mohanty

Abstract Drama Others

3  

Sunanda Mohanty

Abstract Drama Others

ଛାଇ

ଛାଇ

1 min
207


ହସେ କାନ୍ଦେ କଥାକହେ

ଦୁଃଖ ସୁଖ ସହଚର ପାଖେ ଥାଏ

ମନୁଷ୍ୟର କି ରଙ୍ଗ ତାର କଳା ରହେ

ମାଉନବ୍ରତ ଭିତରେ ବୁଝି ଶୁଣି ରହେ

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଖାଟିଏ ସିଏ

ଅବିକଳ ହାତ ଗୋଡ ଥାଏ

ଅଙ୍ଗଭଙ୍ଗି ସମତଳ ରହେ

ଇଚ୍ଛା ଅନିଚ୍ଛାର ଭାଗୀଦାର ହୁଏ

ଏମିତି ବନ୍ଧୁ ବା ବାନ୍ଧବୀ କାହିଁ ଆଉ କିଏ

ଛାଡିଯାଏ ନାହିଁ ପାଖେ ପାଖେ ଥାଏ

ମନର ସବୁକଥା ତାକୁ କହି ହୁଏ

ପିଲାଦିନେ ଭୂତ ଭାବୁଥାଏ

ବଡହେଲେ ନଚିହ୍ନିଲା ପରି ଥାଏ

ବାର୍ଦ୍ଧକ୍ୟ ନିବାରକ ସାଥୀ ସିଏ

ସବୁଠୁ ନିଜର ଆନୁଗତ୍ୟ ଅନୁଗତଟିଏ

ତା ପରି ମୁଁ ନୁହେଁ ମୋ ପରି ସିଏ ନୁହେଁ

ପ୍ରତିଛବି କିଏ କୁହେ

ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ

ପ୍ରତିଶ୍ରୁତି ପାଇବି ନଥାଏ

ପ୍ରତାରଣା ବିହୀନ ତା ପ୍ରେମ ଚିହ୍ନୁଛି ବା କିଏ

ଜୁଇରେ ଜଳିଯିବା ଯାଏଁ ପିଛା ଛାଡ଼ିନଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract