STORYMIRROR

Archana Acharya

Inspirational Children

3  

Archana Acharya

Inspirational Children

ଛାଇ

ଛାଇ

1 min
200

ଗ୍ରୀଷ୍ମର ତାଣ୍ଡବ କଲା ଛାରଖାର

ଅସହ୍ୟ ଯନ୍ତ୍ରଣା ଦେଇ,

ସାହାଥିଲା ଯିଏ ସ୍ଵହସ୍ତେ ଛେଦିଲୁ

ଆଉ ଏବେ ତ୍ରାହି କାଇଁ।

ଉତ୍ତପ୍ତ ହେଉଛି ଜଳସ୍ଥଳ ବାୟୁ

ଉତ୍ତପ୍ତ ହେଉଛି ଦେହ,

ଉତ୍ତପ୍ତ ଅଗ୍ନିରେ ଜଳିପୋଡିଯାଏ

ଚର୍ତୁଦିଗ ଉଷ୍ମ ପ୍ରାୟ ।

ଧରା ମଧ୍ୟୁ ଶୁଖି ଗଲାଣି ସଲିଳ

ନଦୀ ହ୍ରଦ ଗଲା ଶୁଖି,

ଜଳସଂକଟରେ ଶେଷ ହେଉଛନ୍ତି

ଜଳଚର ଆଉ ପକ୍ଷୀ ।

ପଥର ପଥିକ ଛାଇ ଖୋଜୁ ଅଛି

ହେଲେ ବୃକ୍ଷ ଗୋଟେ ନାହିଁ,

ନିଜ ହାତେ ନାଶି ଆପଣାର ଖୁସି

ଏବେ ଶାନ୍ତି ଖୋଜେ କାହିଁ ।

ବାନର ଖୋଜୁଛି ଡେଇଁବାକୁ ଡାଳ

ଖାଇବାକୁ ପତ୍ରଫଳ,

ବିକଳେ ଖାଉଛି କଲରାକାମୁଡି

କି ହୋଇଲା ଆଜ କାଳ ।

ପକ୍ଷୀ ବସା ପାଇଁ ଗଛ ଆଉ କାହିଁ

ବଂଶ ଲୋପ ପାଇ ଲାଣି ,

କେତେ ଦେଶ ଛାଡି ବିଦେଶ ଗଲେଣି

ପୂର୍ବ ଆଭାଷକୁ ଜାଣି ।

ପିମ୍ପୁଡ଼ି ଭାବୁଛି ଭବିଷ୍ୟତ କଥା

ସଂଗ୍ରହ କରଇ ଖାଦ୍ୟ,

ହେଲେ ମନୁଷ୍ୟ ଭାଳୁ ନି ଭବିଷ୍ୟ

ତାଠୁ ତୁଚ୍ଛ ହେଲା ଅଦ୍ୟ।

ବୁଲା କୁକୁରଟେ ଡହଳ ବିକଳ

ଏଣେତେଣେ ଯାଏଧାଇଁ,

ଦେଖ ହେ ମନୁଷ୍ୟ, ସାରୁ ବୁଦା ମୂଳେ

କେମିତି ପଡ଼ିଛି ଶୋଇ ।

ଯାହାପାଇଁ ଆଜି ଜୀବନ ତୁମର

ଯା ପାଇଁ ଧରିଛ ପ୍ରାଣ,

ସେ ଏକ ସଜୀବ ଏକଥା ଭୁଲୁଛ

ତାକୁ ତୁଚ୍ଛ ବୋଲି ମଣ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational