STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଛାଡ଼ଖାଇ

ଛାଡ଼ଖାଇ

1 min
282

ଧର୍ମକୁ ଆଖିଠାର ମାରିବା ପରି

ମୁହିଁ ଯେ ପାଳଇ ମହା କାର୍ତ୍ତିକର

ଏଇ ପବିତ୍ର ବ୍ରତ ବାଧ୍ୟବାଧକତାରେ

ଘର ପରିବାର ସମାଜ ପାଇଁ

ମନେ ମନେ ଭାଳୁଥାଏ କେବେ

ଯେ ସରିବ କାର୍ତ୍ତିକ ମାସର ଦିନ

ହବିଷ ଅନ୍ନର ଭୋଜନେ ଅରୁଚି

ଲାଗେ ମୋର ସ୍ବାଦ ପ୍ରିୟ ମନ ।


ଖୋଜୁଥାଏ କେବେ ହେବ ଛାଡ଼ଖାଇ

ଟିକେ ଆମିଷ ଦରବ ଖାଇବା ପାଇଁ

ସତେ ଯେମିତି ବଞ୍ଚି ମୁଁ ରହିଛି

ଖାସ୍ ଭଲମନ୍ଦ ଖାଇବା ପାଇଁ

କାର୍ତ୍ତିକ ପୂର୍ଣ୍ଣିମାରେ ଯାହିତାହି

ବୋଇତ ଭସାଇ ଦେଇ ଜଳରେ

ଅନୁଭବ କରେ ଅରଜିଛି ପୂଣ୍ୟ

କେତେ ଏଇ ପବିତ୍ର ମାସରେ ।


ଦୁଇ ଚାରି ଧାଡ଼ିର ଛନ୍ଦହୀନ କବିତାରେ

ମନେ ପକାଇ ଅତୀତର ଗୌରବ ରାଜି

ଫାଟି ମୁଁ ପଡ଼ଇ ନଭଶ୍ଚୁମ୍ବୀ ଗରବରେ

କେଉଁଠି ନା କେଉଁଠି ଥାଏ ଆତ୍ମ ସନ୍ତୋଷ

କାର୍ତ୍ତିକ ମାସର ଅବସାନ ହେବାରେ

ରାତି ପାହିଲେ ହେବ ଛାଡ଼ଖାଇ

ବଳି ଯେ ପଡ଼ିବେ କେତେ ମୁକ ଜୀବ

ଜିହ୍ୱା ଲାଳସା ମୋର ହେବ ଚରିତାର୍ଥ ।


ସକାଳୁ ସକାଳୁ ଧାଏଁ ମୁଁ କଂସେଇଖାନା

ଆଣିବା ପାଇଁକି ବାଛି ତଟକା ମାଉଁସ

ବହୁ ଆଡ଼ମ୍ବରେ ହୁଅଇ ରନ୍ଧନ

ସାଙ୍ଗସାଥି ମେଳରେ କରଇ ଭୋଜନ

ମୁଁ ଯେ ଅଟଇ ଧର୍ମବକ ଧର୍ମଭୀରୁ

ବାର ବର୍ଷର ତପ ଶୁଖୁଆ ପୋଡ଼ାରେ

ଯିବା ପରି କାର୍ତ୍ତିକ ମାସର ଅର୍ଜିତ

ଧର୍ମକୁ ନାଶ କରେ ଛାଡ଼ଖାଇରେ ।


Rate this content
Log in

Similar oriya poem from Tragedy