STORYMIRROR

Lipi Sahoo

Comedy

3  

Lipi Sahoo

Comedy

ଛାଡଖାଇ ଗାଥା

ଛାଡଖାଇ ଗାଥା

1 min
171

ଧରମ ମାସ ଶେଷେ 

 ଛାଡଖାଇ ଏକ ପର୍ବ ବିଶେଷ

 ଚାତକ ପରାୟେ ବିକଳେ 

 ଚାହିଁ ରହିଥାନ୍ତି ସବୁ ଆମିଷ ଭକ୍ଷକ 


କେତେ ଯେ ଦୁର୍ଲଭ ୟେ ଦିନ

କାହୁଁ ଜାଣିବେ ମୂଢମତି ଗଣ

ମୁଣ୍ଡ ରହିଲେ ତୁଣ୍ଡ କହିବ

ଛାଡଖାଇ ର ବିଶେଷ ମାହାତ୍ମ୍ୟ


କି କହିବି କି କହିବି ଆଉ

ମନ ପୋଡିଯାଏ ଯାହା

ମାସକ ଯାକ କୁକୁଡ଼ା ଛେଳି ଖାସି ମାନଙ୍କର

ଦେଖି ଦେଖି ତାଉ


ଧରମ ଧରମ କହି ମାସେ ଦେଲ ଗଡ଼େଇ !!

ଆସିଛି ୟେ ଶୁଭ ଲଗନ

ସଭିଙ୍କୁ ଶୀତଳ କରି ଦେବ

ଡହଳ ବିକଳ ଯେତେ ଦେହ ମନ ପ୍ରାଣ


ପାଣିଚିଆ ଲାଗେ ଜୀବନର ସବୁକିଛି 

ନିତି ନିତି ଅରୁଆ ଡାଲମା ଖାଇ 

ତାଳି ମାରି ଟାହି ଟାପରା କରନ୍ତି 

ଚିଙ୍ଗୁଡ଼ି ଗଡିଶା ଭାକୁର ଆଉ ରୋହି


ତୁମର ସବୁ ଆସ୍ପର୍ଦ୍ଧା ନିରବେ ଯାଇଛନ୍ତି ସହି

ଅଟକେଇ ନପାରିବେ କେହି 

ରୁହ ରୁହ ପାମର ଗଣ ଦେଖିବ ଆଜି

ପ୍ରତିଶୋଧ ନେବେ ତବ ପ୍ରାଣମାନ ଶୋଷି


ଅନେକ ବରଷ ଗବେଷଣା କରି କରି

ଜଣେ ମହାନ ସନ୍ଥ ଯାଇଛନ୍ତି କହି

ମାଗୁର ମାଚ୍ଛେର୍ ଝୋଲ୍

ହରି ହରି ବୋଲ୍


ସକାଳ ପହରୁ ଚାଲେ କେତେ ଆୟୋଜନ

ଆଗ ପଜା ହୁଏ ପନିକିର ଧାର

ବେଷର ବଟା କୁ ଅଦା ରସୁଣ ଛେଚା

ବିବେଚନା ହୁଏ ଘଡ଼ିଏ କି ହେଇବ ଆଜ ???


ମାଛ ବଜାର ଦରେ ଲାଗି ଯାଏ ନିଆଁ

କୁକୁଡ଼ା ଖାସି କଥା ପଚାରୁଚ କିଆଁ

କିଛି ନ ପାଇଲେ ଶୁଖୁଆ ଭରସା

ପକାଅ ହୁଳହୁଳି ଶୁଣି ଛାଡଖାଇ ଗାଥା ।।



Rate this content
Log in

Similar oriya poem from Comedy