ଛାଡିବାନି କେବେ ବାସ୍ତବିକତା
ଛାଡିବାନି କେବେ ବାସ୍ତବିକତା
ସରବ ସୃଷ୍ଟିର ଆରମ୍ଭ ହୋଇଲେ
ବିଲୟ ତ ଦିନେ ନା ହେବ
ଜାଣିଛକି ତୁମ ନିଜର ଅସ୍ତିତ୍ବକୁ, ନିଜକୁ
କେବେ ଚିହ୍ନି ପାରିବ |୧|
ବୁଝେନି କେବେ ସମୟ, ହାରି ଯାଇ
ପାର ଅବା ଜିତି ଯାଇ ପାର
ବାଟ ତଜାଣି, କୁହ ହେ ମଣିଷ ଜାତି,
ତୁମେ ଯିବ କେତେ ଦୂର |୨|
କାମନା ରହିବ, ସପନ ରହିବ, ସବୁ
କି କୁହ ପୂରଣ ହେବ,
ସମୟ ଅପେକ୍ଷା କରେନି, କାଚ଼କୁ
ଭାଙ୍ଗି ହୀରାର ଗୁଣ କି ପାଇବ |୩|
ଆଲୁଅର ଆର ପାଖ ଓ କାଲି କଅଣ
ହେବ, ଦେଖି କି କିଏ ପାରିବ
କର୍ମ କରି ଚାଲିବା, ଶୋଚନା କରିବାନି,
ମନ ଅବଶୋଷ କଲେ କଅଣ ହେବ |୪|
ଜୁଳୁଜୁଳା ପୋକ କୋଟିଏ ଚାହିଁଲେ
ସୁରୁଜ ସମାନ କେବେ ନୋହିବ
ନିଜକୁ ଉପଲବ୍ଧି କରି, ଚାଲିବା ଆଗେଇ,
ନିଜ କର୍ମକର୍ତ୍ତବ୍ୟରେ, ହିତକର ହେବ |୫|
ନିଆଁର ରଙ୍ଗଟା ଯେତେ ବଦଳେଇବାକୁ
ଚାହିଁଲେ ଛାଡିବକି ତାର ବାସ୍ତବିକତା
ସହନଶୀଳତା ଓ ଧୈର୍ଯ୍ୟ ସଦା ମଣିଷକୁ
କରେ ଶିଶୁ ସଦୃଶ ପବିତ୍ରତା |୬|
ସତ୍ୟ ବଚନ, ଫଗୁଣକୁ ସିନା ବୁଝଇ କୋଇଲି
କାଉର କି ଯାଏ ଆସେ,
ଜାଣିଛେ ସମସ୍ତେ ବରଷା ନ ହେଲେ ଚାତକ
ପକ୍ଷୀଟା ମରେ ସିନା ଦୁଃଖେ ଶୋଷେ |୭|
ଏଇ ରଙ୍ଗମଞ୍ଚେ ଅନୁଭବ କରିଛେ, ଶତ ଧୌତେନ
ବଦଳି ଯାଏନି ରଙ୍ଗ ଅଙ୍ଗାରର
ଅଭ୍ୟାସେ ମିଛୁଆ ଯିଏ, ବାସ୍ତବରେ ବଡ ବଡ କଥା
କୁହେ, ଯାହା ଅଭିନୟ ତାହାର |୮|
ମହତ ଜନର ଆନ ହିତ ଚିନ୍ତା, ସଂସାରର ହିତେ
ସର୍ବଦା ଅନ୍ତରେ ହୁଏ ସେ ଭାଳି,
ଯେଉଁ ଲୋକ ବିଶ୍ୱହିତରେ ନିହିତ, ଆପଣାର କର୍ମ
ଧର୍ମ ବିଚାରେ, ଆଚାରରେ ରଖେ ତୋଳି |୯|