ଛଅ ଋତୁ
ଛଅ ଋତୁ
ବର୍ଷକ ଅଟେ ବାରଟି ମାସ
ଛଅ ମାଉସୀ ଋତୁ
କିଏ ତ ରାଗି ସୁନ୍ଦର ଶାନ୍ତ
କରେ କେ କୁତୁକୁତୁ ।
ବୈଶାଖ ଜ୍ୟେଷ୍ଠେ ପ୍ରବଳ ଗ୍ରୀଷ୍ମ
ଲାଗଇ ଭାରି ଶୋଷ
ପିଇବା ଭଲ ଦହି ଓ ପଣା
ଲେମ୍ବୁର ସରବତ ।
ଆକାଶେ ଢାଙ୍କେ କଳା ବାଦଲ
ଆଷାଢ଼ ଶିରାବଣେ
ନଈ ପୋଖରୀ ଜଳରେ ପୂର୍ଣ୍ଣ
ବେଙ୍ଗ ର ରଡ଼ି ଶୁଭେ ।
ଭାଦ୍ର ଆଶ୍ୱିନେ ନିର୍ମଳ ଶୋଭା
ଶରତ ଋତୁ ଆସେ
ଆକାଶେ ଭାସେ ଧଳା ବଉଦ
କାଶତଣ୍ଡୀ ତ ହସେ ।
ରାତି ସକାଳୁ ପଡ଼େ କାକର
କାର୍ତ୍ତିକ ମାର୍ଗଶିରେ
ଶୁଦ୍ଧ ଓ ସ୍ୱଚ୍ଛ ଋତୁ ହେମନ୍ତ
ବିତଇ ଧର୍ମ ପୁଣ୍ୟେ ।
ପୌଷମାଘେ ପ୍ରଚଣ୍ଡ ଶୀତ
ଦେହ ଉଠଇ ଥରି
ଚନ୍ଦନ ପରି ଲାଗଇ ଖରା
ନିଆଁ ପୁଅନ୍ତି ବସି ।
ଫଗୁଣ ଚୈତ୍ର ମଧୁ ବସନ୍ତ
ଋତୁରାଜ ରେ ରଙ୍ଗ
କୋଇଲି ଗାଏ ବାସ ମହକେ
ଚହଟେ ଚଉଦିଗ ।
ମାଆଙ୍କ ପରି ଛଅ ମାଉସୀ
ସୁନ୍ଦର ଛଅ ଋତୁ
ଶୁଣାନ୍ତି କେତେ ନୂଆ ବାରତା
ଆପଣା ମଣୁ ତାଙ୍କୁ ।
