ଚଗଲୀ ଅଳସୀ
ଚଗଲୀ ଅଳସୀ
ଚଗଲୀ ଅଳସୀ ପ୍ରିୟାଟି ମୋହର
ଥିଲା ସିଏ ଅଭିମାନୀ ।
ମନର ମନ୍ଦିରେ ସାଇତି ରଖିଣ
ଭାବୁଥିଲି ମୋର ରାଣୀ ।
ବାଇଆ ପାଗଳ ବିଚାରିଣ ମତେ
ପ୍ରେମ ଯାଚିଲାନି ଜାଣି ।
କାଖରେ କଳସୀ ଅଳସୀ କୁମାରୀ
କି ସୁନ୍ଦର ତା ଚାହାଣୀ ।
ତା ସ୍ମୃତି ଆକାଶେ ପବନ ବହିଲା
ରଚିଲା ନୂଆ କାହାଣୀ ।
ହୃଦ କନ୍ଦରରୁ ଦୂରେଇ ଦେଇଣ
ମୋ ପ୍ରେମକୁ ଦେଲା ହାଣି ।
ଝୁରି ଝୁରି କେତେ ଦିନ ସରିଗଲା
କେଉଁଠି ଅଛୁ ସଜନୀ ।
ଶେଷ ସମୟରେ ଖୋଜି ମୁଁ ହେଉଛି
ଦେଖା ତୁ ଦେ ଲୋ ବାୟାଣୀ ।
କିଛି କ୍ଷଣ ପରେ ମୋ ଜୁଈ ଜଳିବ
ସାକ୍ଷୀ ରହିବ ମଶାଣି ।

