Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Tragedy Action Inspirational

4  

Chittaranjan Nanda

Tragedy Action Inspirational

ଚେଇଁ ଶୋଇଲେ, କିଏ ଉଠାଇବ

ଚେଇଁ ଶୋଇଲେ, କିଏ ଉଠାଇବ

1 min
227



ନାହିଁ ଯାହାର ଅଧିକାର, ଜମି ଖଣି

 ଘର ଉପରେ, 

ନାହିଁ ଯାହାର ଅଧିକାର, ଉତ୍ପାଦନର

 ସାମଗ୍ରୀରେ ।୧।


ବୁଲି ବାର ଦ୍ୱାର ଦ୍ୱାର, ତାର ଓ ତା

 ପରିବାର ପାଇଁ,

ଦିନ ଦିନ ଝାଳଵୁହା ପରିଶ୍ରମ କରି

 ଯୋଗାଡି ପାରେନା ଆହାର ।୨।


ସେହି ଶ୍ରମଜୀବୀ ମଣିଷର ପେଟ

 ଭୋକର ଯନ୍ତ୍ରଣା,

ପରିଶ୍ରମ କରି, ଖାଦ୍ୟ ଵିନା ତାହାର

 ଅସହ୍ୟ ବେଦନା ।୩।


ରାଜ ରାସ୍ତା କଡ ଜନମି ବଢ଼ିଥିଵା

 ଦୁଃଖୀର ଅବସ୍ଥା,

ଅନୁଭବ ନାହିଁ ଯାର, ସଏ କି ବୁଝିବ

 ଗରିବର ବ୍ୟଥା ।୪।


ସେହି ମଣିଷର ରହିଥାଏ ଅକୁହା

 ବାଣୀର ସ୍ପନ୍ଦନ

ପେଟ ପାଇଁ ସେ ଭାଗ୍ୟକୁ ଆଦରି

 କାଟେ ତା ଜୀବନ ।୫।


ସାମନ୍ତଵାଦୀ ପୁଂଜିବାଦୀ ସାମ୍ରାଜ୍ୟ

 ଵାଦୀ ଶାସନରେ

ଶାସକ ତ କହେ, କେମନ୍ତେ ଭରିଵ

 ଧନ ରାଜକୋଷରେ ।୬।


ଗରିବର ହତାଶର ସୁଯୋଗରେ ଭାଗ୍ୟ 

ଭଗବାନର ଖେଳ‌ ଖେଳେ 

ତାର ହୃଦୟର ଦୁଃଖର ବନ୍ୟାରେ

ମଦ ମହୁଲି ଶଙ୍ଖର ନାଦ ଭରେ ।୭।


ପୁଂଜିବାଦୀ ଦୁନିଆରେ ପୁଂଜିପତି କି

 ବୁଝିବ ପରିସ୍ଥିତି ଗରିଵର 

ଏ ସମାଜେ ଗରିବ ଶ୍ରମିକ କୃଷକ

 ଆଜି କେମିତି ଦାଦନ ସୁଅର ।୮।


ଯାହା ମୁଁ ପଢ଼ିଛି ମଧ୍ୟ ଯୁଗ ଭାରତର

 ଇତିହାସ ପୃଷ୍ଠାରେ,

ଇଂରେଜ ଶାସନ କରୁଥିଲେ ରାଜା

 ଜମିଦାର ପୁଂଜିପତି ସାହାଯ୍ୟରେ ।୯।


 ସ୍ୟାଧୀନତା ପାଇଁ ଏକତ୍ର ହୋଇଲେ

 ଏ ଦେଶର ଚାଷୀ ମୂଲିଆ 

ସ୍ୟାଧୀନତା ହେଲା, ମେହନତୀ

 ମଣିଷେ ଆସିଲା ଆଶାର ରାହା।୧୦।


ସମ୍ବିଧାନ ପୃଷ୍ଠାରେ ଲେଖା ହେଲା

ସମାଜବାଦର ଅଙ୍ଗୀକାରବଦ୍ଧତା

ପୁଞ୍ଜିବାଦୀ ଉଦ୍ୟୋଗ ସ୍ରୋତରେ

 ଦେଖା ଦେଲା ସମ୍ବିଧାନୁ ଦୂରତା ।୧୧।


ବିଷ ଜ୍ୱାଳା ଅଗ୍ନି ସମ ଦେଖା ଦେଲା

ହର ହର ମହାଦେବର ଫୁତ୍କାର 

ଧୁମ ଧୁମ ତାଳେ ଶୁଭିଲା ନେତାର

 ନାଦ ଓ ବାଣୀ ବାଜା ମୃଦଙ୍ଗର ।୧୨l


ଦେଖ ଆଜି କହିବାକୁ ଲାଜ, ଦର

 ଦାମ ସବୁ ଆକାଶ ଛୁଇଁଲା,

ପେଟ୍ରୋଲ ଏକଶ ଦଶ, ଖାଇବା

 ତେଲ ଟି ଦୁଇଶ ଟପିଲା ।୧୩।


ନିଯୁକ୍ତି ନାହିଁ, କର୍ମସଂସ୍ଥାନ ନାହିଁ,

 ନାହିଁ ନାହିଁ ଖାଲି, ପକେଟ ଖାଲି 

ହା ହା ଚିତ୍କାର, ଚିତ୍କାର ସବୁଠି ଆଜି

ହତାଶର ଭାବନା ଖାଲି ।୧୪।


ମୁଁ ଵି ବଂଚିଛି, ତୁମେ ବି ବଂଚିଛ

ଆଶାରୂପୀ ବିଶ୍ୱାସକୁ ନେଇ

କାହାକୁ ଦେବ ଦୋଷ, ଏ ତ ଆମର

କୃତକର୍ମ, ହେ ଭଉଣୀ ଭାଇ ।୧୫।


ଏବେତ ବଞ୍ଚିବା...ଅସହ୍ୟ ହେଲାଣି..


ଭବିଷ୍ୟତ ହୁଏ ଆଜି ଅନ୍ଧକାର, ଆଉ

ପାରୁନେ, ସହିଵା ବା କେତେ ଦିନ

ସାଉଁଟିଥିବା ମିଥ୍ୟା ପ୍ରତିଶୃତିରେ

ଧୂଳିସାତ ହୋଇଛି ଆମ ସପନ।୧୬।


ଅଧିକ ବିସ୍ମୟ ଲାଗେ ଦୁଃଖ କ୍ଳେଶ

 ଯେତେ ହେଉ ଭାରୀ !! 

କାହାକୁ କହିବା, କିଏ ବା ଶୁଣିବ,

ଚେଇଁ ଶୋଇଲେ, କିଏ ଉଠାଇବ ଭାଇ ।୧୭।


Rate this content
Log in

Similar oriya poem from Tragedy