STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଚାରୋଟି କବିତା

ଚାରୋଟି କବିତା

1 min
322


    -ଝରା ଶେଫାଳୀ-

ଝରା ଶେଫାଳି ସଞ୍ଜରେ ଫୁଟି

   ମଉଳିଥାଏ

ସୂର୍ଯ୍ଯ ଆଲୋକ ଦେଖିବା ସ୍ବପ୍ନ

   କେବେ ନ ହୁଏ

   ଦିନରେ ଶୁଏ

ଅନନ୍ତ ନିଦ୍ରା ତାହାର ପାଇଁ

   ରଚିଲା କିଏ?

     

     -ମନ୍ଦାର-

ମନ୍ଦାର ପାଇଁ ଏତେ ସୌଭାଗ୍ଯ

   ଯିଏ ରଚିଲା

ପୃଜାର୍ଚ୍ଚନାରେ ଲାଗିବା ପାଇଁ

   କାହିଁକି ଦେଲା

   ନ କରି ଢିଲା

ମନ୍ଦାର ତାର କର୍ମ କରୁଛି

   ହୃଦକୁ ଖୋଲା। 

     

     -ମଲ୍ଲୀ-

ମଲ୍ଲୀ ଫୁଲରେ କିଏ ସେ ଭଲା

   ସୌରଭ ବୁଣି

କୋଟି ଜୀବଙ୍କ ହୃଦକୁ ଯିଏ

   ନେଉଛ କିଣି

   ମନକୁ ଜାଣି

ଈଶ୍ବର ମଲ୍ଲୀ ମୁଖରେ ଦେଲେ

    ହସର ଠାଣି।

     


     -ଗେଣ୍ଡୁ-

ଗେଣ୍ଡୁ ଫୁଲଟି ଚହଟି ଥାଏ

   ରୂପକୁ ଦେଖ

ସଭିଙ୍କ ମନ ହରଣ କରି

   ହଟାଏ ଦୁଃଖ

   ଅନନ୍ତ ସୁଖ

ପ୍ରତିଟି କ୍ଷଣ ହସି ହସାଏ

   ଯେ' ଥାଏ ପାଖ।

   



Rate this content
Log in

Similar oriya poem from Abstract