ଚାନ୍ଦ ତୁମେ ନାହଁ ବୋଲି
ଚାନ୍ଦ ତୁମେ ନାହଁ ବୋଲି
ଚାନ୍ଦ ନାହିଁ ବୋଲି ମୋ ମନ ଆକାଶେ
ମେଘୁଆ ମେଘୁଆ ଦିଶେ
ଚାନ୍ଦର ଅପେକ୍ଷା କରି କରି ଶେଷେ
ବିରସ ମୋ ମୁହଁ ଦିଶେ।
ଦିନେ ନ ଦେଖିଲେ ଚନ୍ଦ୍ରମା ତୁମକୁ
ଅବଶ ଅବଶ ମନ
କେମିତି କହିବି ଚାନ୍ଦଗୋ ତୁମେ ମୋ
ହୃଦୟର ସଚ୍ଚା ପ୍ରେମ।
ତୁମରି ଜ୍ୟୋସ୍ନାରେ ଭିଜି ଭିଜି ମୁଁ ଯେ
ତୁମରି ସପନ ଦେଖେ
ତୁମ କଥା ଭାବି ଭାବି ଗୋ ଚନ୍ଦ୍ରମା
ପ୍ରେମ କବିତା ମୋ ଲେଖେ।
ତୁମେ ପରା ମୋର ପ୍ରେମ ପରିଭାଷା
ନୀରବରେ ବୁଝିପାର
ମୁଁ ବି ବୁଝିଯାଏ ତୁମ ନୀରବତା
ଆମ ପ୍ରେମ ହୃଦୟର।

