ଚାଳ ଘର
ଚାଳ ଘର
ଝାଟି ମାଟି ନଡ଼ା ବାଉଁଶ କୁନେଇ
ତିଆରି ହୋଇ ଯେ ଥାଏ
ଚାଳ ଘର ତାହା ଆହା କି ଆନନ୍ଦ
ତହିଁ ଥାଇ ଲାଗୁଥାଏ ।
ଆଗ କାଳରେ ସେ ଅନେକ ଲୋକ ଯେ
ଚାଳ ଘରେ ଆନନ୍ଦ ରେ
କାଳ ଯାପୁ ଥିଲେ ସେହି ସମୟରେ
କି ! ଶାନ୍ତ ସୁନ୍ଦରତା ରେ ।
ପୁରି ରହିଥିଲା ଗ୍ରାମ୍ୟ ଜୀବନରେ
ଥିଲା ଅଧିକ ଲୋକଙ୍କ
ସ୍ୱଚ୍ଛ ପରିବେଶ ଶାନ୍ତ ସରଳ
ସୁନିର୍ମଳ ଓ ପବିତ୍ର ।
ଶୁଦ୍ଧ ବାୟୁ ପୁଣି କେତେ ଉଦୁଭିଦ
ଭରା ଥିଲା ସବୁ ଠାରେ
କିନ୍ତୁ ଆଜି ସବୁ ଲୋପ ପାଇ ଏବେ
ପରବର୍ତ୍ତୀ ପର୍ଯ୍ୟାୟରେ ।
ଚାଳ ଘର କାହିଁ ନ ଦିଶଇ ମୋଟେ
ଲୋପ ପାଇ ଲାଣି ସେତେ
କା , ଭାଁ , ଏହା କେଉଁଠି ଗୋଟାଏ
ଅବା ରହିଅଛି ଅଧେ ।
ମାଟି ପିଣ୍ଡା ପରେ ଗୋବର ଲିପାରେ
ଝୋଟି ଚିତା ପକାଯାଏ
ଆଗ ର ଚଲଣି ଅଗ୍ନି ଭୟ ପୁଣି
ଯହିଁ ନିତି ରହି ଥାଏ ।
ସବୁଠି ଯେ କୋଠୀ ଖପର ଛାଏଣି
କଂକ୍ରିଟ ତିଆରି ଘର
ଅଳ୍ପ କଛି ଦିନ ମଧ୍ୟରେ ସମ୍ପୂର୍ଣ
ଲୋପ ପାଇ ଗଲା ଚିର ।
