ଚାଲେ ମୁଁ ଏକା ଏକା
ଚାଲେ ମୁଁ ଏକା ଏକା
କିଏ କୁହେ ମୋତେ ପାଗଳ
କିଏ ବି କୁହେ ମୋତେ ବୋକା
ସତ୍ୟ ଧର୍ମ ନ୍ୟାୟ ପଥେ
ଚାଲେ ବୋଲି ସମାଜେ
ଚାଲେ ମୁଁ ଏକା ଏକା ।
ସମସ୍ତେ ସାଜନ୍ତି ସୁଖର ସାଥୀ
ସମସ୍ତେ ମାରନ୍ତି ମୋ ବିପଦେ
ମୋତେ ରେ ଭାଇ ଟେକା
ସାମ୍ୟବାଦ ରେ ବିଶ୍ଵାସ କରେ ବୋଲି
ସମସ୍ତେ ଭାବନ୍ତି ମୁଁ ଗୋଟେ ବୋକା ।
ପ୍ରିୟ ଜନ ଙ୍କ ଠାରୁ
ସଖା ସହୋଦର ଭାବନ୍ତି
ମୋତେ ମୁଁ ଏକ ନିର୍ବୋଧ
ନାହିଁ ମୋ'ର ସ୍ଵାଭିମାନ
ନାହିଁ ମୋ'ର ଜୀବନର ମୂଲ୍ୟ ବୋଧ ।
ବାପ ମା ମୋତେ ଭାବନ୍ତି କୁଳାଙ୍ଗାର
ସାହିପଡିଶା ଗାଁ ଗଣ୍ଡାରେ
ନାହିଁ ଜୀବନର ମୂଲ୍ୟ ମୋ'ର
ମୁଁ ସତ୍ୟାର୍ଥୀ ମୋ'ର ତ୍ୟାଗ ନୀତି
ଅଟେ ମୋ ପାଇଁ କାରଣ ଅସହିଷ୍ଣୁତା ର ?
ମୋ'ର ସ୍ପଷ୍ଟବାଦିତା
ଦିଏ ଅନେକଙ୍କ ମନେ ବ୍ୟଥା
ଅଧିକାଂଶ ଙ୍କ ପାଇଁ ମୋ'ର ନିର୍ଭୀକତା
ମୋ'ର ନିର୍ଲୋଭତା ବଢାଏ ତାଙ୍କ ଚିନ୍ତା ।
ସୁସ୍ଥ ସମାଜ ସୁସ୍ଥ ପରିବେଶ କଥା
କହିଲେ
ହୁଏ ଭଣ୍ଡ ଦଲାଲଙ୍କ ମୁଣ୍ଡ ବ୍ୟଥା
ନିର୍ଲଜଙ୍କ ମୁହେଁ ନ ଥାଏ ମୁଖ ଲାଜ
ମିଛେ କରି ଅଭିନୟ ହୁଅନ୍ତି
କେତେ ସଜବାଜ
ନୀତି ଆଦର୍ଶ ତାଙ୍କ ଘୂରାଏ ମଥା
ସତ ଲାଗେ ତାଙ୍କୁ ପିତା
ଜୀବନ ଟା ତାଙ୍କ ଖାଲି ମିଥ୍ୟା ।
ପର ଘର ଭାଙ୍ଗି ପର ତଣ୍ଟି କାଟି
ପରଧନ ଲୁଟି
କୁହନ୍ତି ଚିକ୍କଣ କଥା
ପରଘର ପଶା ପର ଘରେ ବସା
କରି କରି ହୁଅନ୍ତି ଯେ ଲୋକହସା
ଶୋଷଣ କରିବା କଷଣ ଦେବା
ଖୋସାମତ୍ ତୋଷାମଦ୍ କରି
ଧନ ମାନ ଅର୍ଜିବା ତାଙ୍କ ନିଶା ।
ମିଛ ମୁଁ କୁହେନି
ଲାଞ୍ଚ ମୁଁ ନିଏନି
ତେଲ ମାରି ବଡ ହେବାକୁ ଚାହେଁନି
ସେ ପାଇଁ କିଏ କୁହେ ମୋତେ ପାଗଳ
କିଏ କୁହେ ମୋତେ ବୋକା
ସତ୍ୟ ନ୍ୟାୟ ଧର୍ମ ପଥେ ଚାଲେ ବୋଲି
ସମାଜେ ଚାଲେ ମୁଁ ଏକା ଏକା ।