STORYMIRROR

Prabhati Mahapatra

Classics Inspirational Others

4  

Prabhati Mahapatra

Classics Inspirational Others

ଚାଲ ଯିବା ସମ୍ବଲପୁର

ଚାଲ ଯିବା ସମ୍ବଲପୁର

1 min
232


ସଜନୀ ଲୋ ବାନ୍ଧିଦେ ଗଣ୍ଡିଏ

       ଚୁଡା ଚାଉଳ

ବେଳ ଗଡି ଗଲେ  ଉଛୁର ହେବ ଲୋ

ପହଡ଼ ପଡିବ ଦେଦୀ ଦେଉଳ ।

ସମ୍ବଲପୁର ରେ ଡାକ ପଡୁଛି ଲୋ

ନାମ ତାର ସମ୍ବଲାଇ

ଦୂର ହେଉ ଥାଏ ମନର ସନ୍ତାପ

ମହାନଦୀ ଜଳେ ଧୋଇ 

କେତେ ରାଇଜରୁ ଭକତେ ଆସନ୍ତି

ସଭିଏଁ ଆନନ୍ଦ ଉଲ୍ଲାସେ ଠୁଳ

ସଜନୀ ଲୋ

ପ୍ରକୃତି ରାଣୀ ଲୋ ପସରା ବାଢିଛି

ସବୁଜ ବନାନୀ ଘେରା

ହୀରାକୁଦ ଝର   ପାଣିର ଫୁଆର

ସ୍ନାହାନ କରନ୍ତି ପରା

ପାଶେ ଘଣ୍ଟେଶ୍ଵରୀ ସାକ୍ଷାତ ଈଶ୍ଵରୀ

ସମ୍ବଲପୁରକୁ ଯୋଡିଲେ ବଳ

ସଜନୀ ଲୋ

ଆନନ୍ଦିତ ମନେ ଚାଷି ଭାଇମାନେ

ନୂତନ ଫସଲ କାଟି

ନୂଆଖାଇ ଦିନ ସମଲାଇ ପାଶେ

ନବାନ୍ନ ଦିଅନ୍ତି ଭେଟି ।

ଘର ପୁର ବିଜେ ମାତା ଠାକୁରାଣୀ

ଉଲ୍ଲଳ କଲ୍ଲୋଳ ବଡ଼ ଚହଳ

ସଜନୀ ଲୋ

ମାତା ଆଗମନେ ଆନନ୍ଦିତ ମନେ

ନୃତ୍ୟ ରତେ ମହୋତ୍ସବ

କବାଟକୁ ବାଟ କଢେଇ ନେବେ ଲୋ

ତାପରି କିଏ ସେ ହେବ ।

ଦଶହରା ପର୍ବେ ଷୋଳ ପୂଜା ଲାଗି

ଭକତେ ଖୁସିରେ ହୁଅନ୍ତି ମେଳ ।

ସଜନୀ ଲୋ

ମନ୍ଦାର ମଣ୍ଡିତା ଜଗତ ଜିତା ଲୋ

ନାମ ନେଲେ ରିଷ୍ଟ କଟେ

ଇଷ୍ଟଦେବୀ ସେତ ଶାନ୍ତି ପ୍ରଦାୟିନୀ

ଡାକିଲେ ଦୁଆର ଫିଟେ ।

ଯାହା ମନାସିବୁ ତାହା ତୁ ପାଇବୁ

ନକରନ୍ତି କେବେ ଅନ୍ୟାୟ ଛଳ 

ସଜନୀ ଲୋ ।


Rate this content
Log in

Similar oriya poem from Classics