STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ଚାଲ ଯିବା ଜହ୍ନ କୁ

ଚାଲ ଯିବା ଜହ୍ନ କୁ

1 min
11.7K

ଶୈଶବ ର ପ୍ରଥମ ଇଚ୍ଛା

ଜହ୍ନ ମାମୁଁ ଘରେ ପରା 

ଖାଲି କ୍ଷୀର ଭାତ

କଟିଗଲା ତମାମ ଶୈଶବ

ଏଇ ଆଶାରେ 

କେବେ ମାଇଁ ମୋତେ କୋଳେଇ ନେବେ

ଯେତେ ଥର ପଡିଛି 

ସେତେଥର ଆଖି ଖୋଜିଛି 

ମାମୁଁ ଘର ଅଗଣା 

ଆଉ ପାରିଜାତ ଫୁଲ 

କେତେ ପାଇଛି କେତେ ହଜେଇଛି 

ସମୟ ଲେଖିଛି 

ଅତୀତର ନିର୍ଜୀଵ ପୃଷ୍ଠାରେ


ଆଦ୍ୟ ଯୌବନ ରେ 

ବେଶ ବିଭୋର କରିଥିଲା ଏ ଜହ୍ନ 

ପ୍ରିତି ର ରଙ୍ଗ 

ଭଲପାଇବାର ବାସ୍ନାରେ 

ତନୁ ମନ ସବୁ 

ବାସୁଥିଲେ ବେଳଅବେଳାରେ 

ଗହଳ ରାତିର ଗଭିର ଅନ୍ଧାରେ 

ତାରା ଙ୍କ ମେଳେ 

ଜୀବନ ଟା ଲାଗୁଥିଲା 

ମଧୁମୟ 

ରଙ୍ଗମୟ 

ସ୍ବପ୍ନମୟ

ପୁଣି ସେଇ ପୁନରାବୃତି 

ଧରୁ ଧରୁ ଖସିଗଲା ପ୍ରିତି 

କୋଳରୁ ଖସିଗଲା 

ଜହ୍ନ ରାତି 

ପ୍ରିତି ଆଉ ପୀରତି


ଏବେ କିଂତୁ ଜହ୍ନ ଦେଖି 

ଲେଖେ କବିତା 

ତାରା କହେ କାହାଣୀ 

ବାସ୍ତବତାର ଛାଇରେ 

ଭାବନାର ସମତଳ ଭୂଇଁ ରେ 

ଯେବେ ନୀରବତା ଗ୍ରାସ କରେ 

ନିଃସଙ୍ଗତା ମାଡି ବସେ 

ଦଦରା ମନ 

ତାଳିପକା ହୃଦୟ 

ନିମଂତ୍ରଣ କରେ ପୁଣି 

ଜହ୍ନ କୁ 

ଆକାଶର ତାରାଙ୍କୁ 

ମୋ ଅଗଣାକୁ 

ମୋ ପିଣ୍ଡାକୁ 

ଯେମିତି ଡାକୁଥିଲି 

ଶୈଶବରେ

ଆସ ଆସ ପରା ଯୋଡିକ 

ମୋ ପିଣ୍ଡାରେ ବସ

ହେଲେ ଆଜିବି ସେଇ କଥାର 

ପୁନରାବୃତି  

ସେଇ ନୀରବତା ଆଉ ନିଃସଙ୍ଗତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract