Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Inspirational Others

4.7  

Tankadhar Majhi

Inspirational Others

ଚାଲ୍ ଏମିତି ଏକ ଜୀବନ୍ତ ଅଭିନୟ କରିବା

ଚାଲ୍ ଏମିତି ଏକ ଜୀବନ୍ତ ଅଭିନୟ କରିବା

1 min
369



ସାଥିରେ ଫୁଟିବା ଦୁଇଟି ଫୁଲ

ସାଥିରେ ଦୁହେଁ ଯିବା ମଉଳି,

ଚାଲିବା ଝୁଣ୍ଟିବା ଏକା ବାଟରେ

ବୟସ ବିନେ ଯିବା ଝାଉଁଳି ।


ମନ ଗହନର ଗହନ କଥାସବୁ

ଏ ପୃଥ୍ଵୀ ମଞ୍ଚରେ ଦେବା ବଖାଣି,

ଚାଲ୍ ଆମେ ଦୁହେଁ ଦୁଃଖକୁ ବାଣ୍ଟି 

ଜଗତ ଦୁଃଖିରେ ହୋଇବା ଗଣି ।


ପ୍ରକୃତି ଗଠନେ ପ୍ରକୃତ ବନ୍ଧୁ ଦେଖି 

ମନ ଗହନେ ଖୋଜି,ଚିହ୍ନିବା ଜଳ୍ହାଦ,

ଜଳ୍ହାଦ ତ ସବୁ ନୁହନ୍ତି ମର୍ତ୍ତ୍ୟରେ 

ହେଲେ ବି ସମସ୍ତେ ନୁହନ୍ତି ସଙ୍ଗାତ ।


ରକ୍ତ ମାଂସ ବିନୁ ଏ ଶରୀର ଘେନି

ହାଡ଼ ପାହାଡ଼ରେ କିଏ ଯେ ବଞ୍ଚିଛି ,

ମୃତ୍ୟୁ ପରେ ଯଦି ମନେ ନ ପକାନ୍ତି 

ଏ ପଙ୍ଗୁ ଜୀବନ ଶୂନ୍ୟରେ ସଢିଛି ।


ଜୀବନ ପ୍ରଳୟ କ୍ଷଣ ମାତ୍ର ଏକା

ସେ ପ୍ରଲୟରେ ପଥର ସାଜିବୁ,

ଶକ୍ତି ଘାତ ଯଦି ହୁଏ ଅସମୟେ

ଏ ମାଟିରେ ମିଶି ଯିବାକୁ ଚାହିଁବୁ ।


Rate this content
Log in