ଚାଲ ଆଗେଇ
ଚାଲ ଆଗେଇ
କବିତା - ଚାଲ ଆଗେଇ
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୦୮-୨୦୨୫
++++++++++++++++
ଦେଖ ପୂର୍ଣ୍ଣଗର୍ଭା ବ୍ରାହ୍ମଣୀ ନଈ
ବନ୍ୟା ଗୋଳି ପାଣିରେ
ଦିଶୁଥାଏ ଭୟଙ୍କର ସିପାହୀ
ଦେଖ ବହେ ଭଜାଣି
ଶେଷ ଶ୍ରାବଣରେ
ନେଉଛି ଶେଷ ପ୍ରୟାସ
ଦୁଇ କୂଳ ଲଙ୍ଘି ଯିବ ବୋଧେ
ବେଳ ରତ ରତ ହେବଣି
ଉଛୁଳା ନଈର ଧାର
ଧାଉଁଥାଏ ଆପଣା ବନ୍ଧୁର ପଥରେ
ପଛକୁ ନ ଚାହିଁ ଧୂଆଁଧାର
କେତେ ବାଙ୍କ ଫାଙ୍କ ଡେଇଁ
କେତେ ଫନ୍ଦି ଫିକର ଚେଇଁ
କେତେ ସଂକୀର୍ଣ୍ଣ ବିସ୍ତୀର୍ଣ୍ଣ ରାସ୍ତା ଧାଇଁ
କରୁଥାଏ ନିଜ ପନ୍ଥା ସାକାର ପରିସ୍କାର
ସାଗର ସଙ୍ଗମ ପାଇଁ ବଢୁଥାଏ ନିରନ୍ତର
ଆଉ କ'ଣ ବା କହିବି ?
ମୋ ଚିନ୍ତା ଚେତନା ଚୌହଦୀ ଡେଇଁ
ଉଛୁଳା ନଈର ନିରନ୍ତର ପ୍ରୟାସ ଭୂଇଁ
ମୋତେ ବି ପ୍ରେରିତ କରୁଥାଏ
ମୋତେ ବି ଉତ୍ସାହିତ କରୁଥାଏ
ସମ୍ଭାବନାକୁ ନେଇ ମୁଣ୍ଡେଇ ଚାଲ ଆଗେଇ
