ଚାହେଁନା
ଚାହେଁନା
ମୁଁ ଜାଣେନା
ଆଉ କେବେ ହେବକି ନାହିଁ ଦେଖା
ମୁଁ ଚାହେଁନା
କରିବାକୁ ତୋ ସହ ଆଉ ଦେଖା ।
ସୁଖି ଯାଉଥିବା ଘା
ଗଲାଣି ମିଶି ମୋ ଚମରେ
ତାକୁ ଆଉ ଖୁଣ୍ଟି
ରକ୍ତାକ୍ତ ହେବାକୁ ଚାହେଁନା ।
ହୃଦୟର ଦାଗ ନ ମିଶିଲେ ଭି
ଗଲାଣି ଦବି ସ୍ମୃତିର ଅନେକ ସ୍ତର ତଳେ
ତାକୁ ଇତିହାସ ରୁ ଖୋଳି
ବର୍ତ୍ତମାନ କୁ ଧୂଳି ଧୂସର କରିବାକୁ ଚାହେଁନା ।
ତୋ ଶବ୍ଦ ଆଉ ସ୍ୱର ଗଲାଣି ହଜି
ତୋ ବିନା ବଞ୍ଚିବାର କଳା, ମଣିଷ ଗଲାଣି ଶିଖି
ତୋର ପୁନଃ ଉପସ୍ତିତିରେ
ନୁଆଁ , ଜୀବନ କଳା ଆଚରଣ କରିବାକୁ ମୁଁ ଚାହେଁନା ।
ଚାହେଁନା, ସାଂସାରିକ ଜୀବନର ସେ ମୋହ ମାୟା
ଏକୁଟିଆରେ କିଛି କଷ୍ଟ ଅଛି
ହେଲେଭି, ସେ ଚାହା କପେ
ତୋ ହାତରୁ ମୁଁ ଆଉ ଚାହେଁନା ।
ତୋ ଉପସ୍ଥିତିରେ ମୁଁ ,
ମୋ ଅନେକ ଚାହିଁବାକୁ ମାରିଛି
ଏବେ ତୁ ମୋ ପାଇଁ ମରିଗଲା ପରେ ମୋ ଜୀବନେ ,
ପୁଣି ତୋତେ ବଞ୍ଚାଇବାକୁ ଚାହେଁନା ।

