Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ଚାହା କପରେ ଜୀବନ

ଚାହା କପରେ ଜୀବନ

1 min
140



ଆଜିକାଲି ବଦଳି ଗଲାଣି ସମୟ

ରିମଝିମ ବେସୁରା ତାଳରେ

ମନ୍ଦମନ୍ଦ ବରଷାର ଛନ୍ଦ

ଅମାନିଆଁ ଋତୁ ବହୁରୂପା

ଛଟପଟ ହୁଏ ମନ

ଉଜାଗରେ ପାହିଯାଏ ରାତି

ହଜି ହଜି ଯାଉଅଛି

ଆଖିରୁ ସପନ ।


ଯଥେକଷ୍ଟେ ଚଳୁଥିଲା କମଚିନି

ଏବେ ବେଶି ରକ୍ତରେ ଶର୍କରା,

ବିନା ଚିନି ଚାହା ଢୋକି

ଅଳସୁଆ ସକାଳ ଓ ସଞ୍ଜ

ରଙ୍ଗହୀନ ଜୀବନ ବିବର୍ଣ୍ଣ ।


ଘନ ଅନ୍ଧକାର ଚିରି

ଆକାଶରେ ଜହ୍ନ ତାରା ପରି

ଚକମକ ଦିଶୁଥାଏ ପ୍ରିୟା ତୁମ ମୁହଁ

ଆସ ତୁମେ ନିୟମିତ

ହାତେ ଧରି କପେ ଚାହା

ତାଜା ତାଜା ଆବେଗ ଉଷୁମ ।


ପାଖେ ବସି ମନଖୋଲି

ଦୁଇପଦ କଥାହେଲେ

ଅଳ୍ପ ଅଳ୍ପ ହସିଦେଲେ

ମିଳି ଯାଏ ସାହା ଓ ଭରସା

ଘୁଞ୍ଚିଯାଏ ଦୁଃଖ ଦୁର୍ବିସହ,

ସାଥୀ ତୁମ କାଉ°ରୀ ପରଶେ

ତରଳେ ବରଫ ଦେହ

ମୃଦୁମନ୍ଦ ପ୍ରବହେ ମଳୟ

ସ୍ୱପ୍ନ ନୁହେଁ,

ଜୀବନ ସଙ୍ଗୀତ ତୁମେ

ଚିରନ୍ତନ ପ୍ରେମ ମଧୁମୟ ।


Rate this content
Log in

Similar oriya poem from Romance