ଚାଚା ସାନ୍ତାକ୍ଳସ୍
ଚାଚା ସାନ୍ତାକ୍ଳସ୍
ଆସଆସ ଆସ ଆସ ପିଲାମାନେ ଆସ
ସରଗରାଇଜୁ ଆସିଛି ଚାଚା ସାନ୍ତାକ୍ଲସ୍ l
ନାଲିଆ ପଗଡ଼ି ମୋର ଲମ୍ବା ଧଳାଦାଢ଼ି
ଲାଲ କୁର୍ତ୍ତା, ଚପ ପାଇ ପିନ୍ଧିଛି ମୁଁ ଭିଡ଼ି l
ଖେଳଣା,କଣ୍ଢେଇ,ଚକଲେଟ,ମିଠାସିଠା
କୁକ୍କୁଟ,ମୟୁର,ହାତୀ,ଭାଲୁ,ସିଂହ,ଚିତା l
ସୁନ୍ଦର ସୃଷ୍ଟିରେ ମୋର କୁନା,କୁନି ଭାଇ
ଈଶ୍ୱରଙ୍କ କାର୍ଯ୍ୟ କର ତାଙ୍କୁ ଏକା ଧ୍ୟାୟି l
ଉପହାର ଘେନି ଯାଅ ଆସ ଆସ ପିଲେ
ବଡ଼ ହୁଅ ଭଲବିଦ୍ୟା ସାଧୀ ଅବହେଳେ l
ସଦା ମତି ଦେଇ ଥିବ ପର ଉପକାରେ
ଗୁରୁଜନେ ପୂଜା କରୁ ଥିବ ଭକ୍ତି ଭରେ ।
ମୁଖେ ନକହିବ କେବେ ମିଥ୍ୟା କୁବଚନ
ତୋଷୁ ଥିବ ଜନେ କହି ବିନୟ ବଚନ l
ଅଳସ ତେଜି ସର୍ବଦା କର୍ମେ ମନଦେବ
କରୁଣାମୟ ପ୍ରଭୁଙ୍କୁ ଧ୍ୟାନେ ବାନ୍ଧି ଥିବ l
ସ୍ୱର୍ଗ ରାଜ୍ୟରୁ ଆସିବି ଆସନ୍ତା ବରଷ
ମନେରଖିଥିବ ବାର୍ତ୍ତା ଚାଚା ସାନ୍ତାକ୍ଳସ୍ l