STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ତୁଳସୀ ଗଛ

ତୁଳସୀ ଗଛ

1 min
336


ଦେବୀ ଦେବଙ୍କର ବାସସ୍ଥାନ ଅଟେ

ତୁଳସୀ ଗଛଟି ଜାଣ

ମୂଳେ ତାର ଗଙ୍ଗା ଡାଳେ ତାର ବିଷ୍ଣୁ

ପବିତ୍ର ଗଛଟି ଜାଣ।୧।

ଅଲୌକିକ ପତ୍ରେ ଦେବତାଙ୍କ ସ୍ଥାନ

ପୂଜା ହୁଏ ନିତି ଦିନ

ଗୄହସ୍ତ ଧର୍ମରେ ତୁଳସୀ ପୂଜାଟି

ସର୍ବୋପରି ଅଟେ ମାନ।୨।

ହିନ୍ଦୁଙ୍କ ଧର୍ମରେ ତୁଳସୀ ଭକ୍ତିଟି

ପ୍ରଭୁଙ୍କ ଭକ୍ତିଟି ଜାଣ

ନିତି ପ୍ରତିଦିନ ତୁଳସୀ ପୂଜାଟି

ପ୍ରଭୁଙ୍କ ନିର୍ଦ୍ଦେଶ ଜାଣ।୩।

ପ୍ରଭୁଙ୍କ ପୂଜାରେ ତୁଳସୀ ପତ୍ରଟି

ଭକ୍ତି ପ୍ରେମ ପରି ଜାଣ

ଭକ୍ତି ମନେ ଭକ୍ତ ନିସ୍ବାର୍ଥ ଭାବରେ

କରେଟି ଅର୍ପିତ ଜାଣ।୩।

ଯେଉଁ ଗୄହେ ନିତି ତୁଳସୀ ପୂଜନ୍ତି

ଲକ୍ଷ୍ମୀଙ୍କ ସ୍ଥାନଟି ଜାଣ

ହସି ଉଠେ ଘର ଲକ୍ଷ୍ମୀଙ୍କ ଦୟାରେ

ଦୁଖ ନ ରହେଟି ଜାଣ।୪।

ବ୍ୟାଧି ଯନ୍ତ୍ରଣାଦି ଦୂର କରେ ପତ୍ର

ମହା ଔଷଧୀୟ ଜାଣ

ସନାତନ ଧର୍ମେ ପବିତ୍ର ଗଛଟି

ଦେବତାଙ୍କ ବାସ ଜାଣ।୫।

ଦେବୀ ଦେବଙ୍କର ବାସସ୍ଥାନ ଅଟେ

ତୁଳସୀ ଗଛଟି ଜାଣ

ମୂଳେ ତାର ଗଙ୍ଗା ଡାଳେ ତାର ବିଷ୍ଣୁ

ପବିତ୍ର ଗଛଟି ଜାଣ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational