STORYMIRROR

Amarnath Barick

Inspirational

4  

Amarnath Barick

Inspirational

ବ୍ୟାସକବି

ବ୍ୟାସକବି

1 min
263

ଓଡ଼ିଆ ଜାତିର ଅପୂର୍ବ ବିନ୍ଧାଣୀ

ସ୍ଵତନ୍ତ୍ର ଭାଷାର ଜୀବନ୍ୟାସ ଆଣି

ଓଡ଼ିଶାକୁ କଲ ତୁମେ ମହାନ

କଥା ସମରାଟ ହେ ମହାନାୟକ

ବ୍ୟାସ ଉପାଧିକୁ କଲ ଧାରଣ ।


ଗଳ୍ପ ଉପନ୍ୟାସ ସୃଜନର ସ୍ରଷ୍ଟା

ତୁମେ କରିଥିଲ ଭାଷା ପ୍ରତି ନିଷ୍ଠା

ଉଜାଗରେ ଲେଖି କାବ୍ୟ କାହାଣୀ

ଯୁଗଯୁଗ ପାଇଁ ହୋଇଲ ଅମର

ଉତ୍କଳ ମାଟିର ମଉଡ଼ମଣି ।


ଲକ୍ଷ୍ମଣ ତୁଳସୀ ସେନାପତି କୋଳେ

ଜାତ ହୋଇଥିଲ ମାହେନ୍ଦ୍ର ବେଳେ

ମଲ୍ଲିକାଶପୁର ବୀର ନରେଶ

ଗୀତା ଭାଗବତ ଲେଖା ଅନୁବାଦ

କରିଲ ଉଜ୍ଜ୍ୱଳ ଏ ଉଡ୍ର ଦେଶ ।


ରେବତୀ ଛମାଣ ଆଠଗୁଣ୍ଠ ପୁଣି

ମାମୁଁ ଲଛମା ଓ ପୂଜାଫୁଲ ବାଣୀ

ଅବସର ବାସ ବୌଦ୍ଧବତାର

ରମ୍ୟରଚନାରେ ପ୍ରକାଶିତ କଲ

ରାଣ୍ଡିପୁଅ ଅନ୍ତା ବାସ୍ତବ ଚିତ୍ର ।


ସର୍ବେ ଜାଣିଥିଲେ ଫକୀର ମୋହନ

ବାଲେଶ୍ଵର ଜିଲ୍ଲା ତୁମରି ଧାମ

ସଂକ୍ରାନ୍ତିରେ ତୁମେ ଜନ୍ମ ହୋଇଥିଲ

ସଂକ୍ରାନ୍ତିରେ ପୁଣି ବାହୁଡ଼ି ଗଲ

ସଂକ୍ରାନ୍ତି ପୁରୁଷ ସାର୍ଥକ ନାମ ।



Rate this content
Log in

Similar oriya poem from Inspirational