STORYMIRROR

kahnu charan sahu

Abstract

2  

kahnu charan sahu

Abstract

ବୁଝିଛ କି?

ବୁଝିଛ କି?

1 min
176

ତୁମେ କେବେ

ବୁଝିଛ କି

ଗାଁର ମାନକଥା

କେବେ ଚେଷ୍ଟା କରିଛକି

ଜାଣିବାକୁ ତା ପ୍ରେମ

ତୁମେ ଫେରି ଆସିବା ପରେପରେ


ତାକୁ ପଚାରୁଥାଏ

ତମ କଥା

ତା ଦେହରେ ପ୍ରବାହିତ

ତୁମ ଦେହକୁ ଥରେ ଅବା

କେତେଥର ଛୁଇଁ ଯାଇଥିବା

ଗାଉଁଲି ପବନ


ପଚାରେ ପୁଣି

ବିବିଧ ଋତୁରେ

ମହକୁଥିବା ଫୁଲର ବାସ

ତୁମକୁ ବାସ୍ନା ଦେବା ପାଇଁ

ତମ ହୃଦୟରେ

ଛପି ରହିଥିବା ଦରଦକୁ

ତୁମଠୁ ଛଡେଇ ନେବା ପାଇଁ


ତମେ କୁହ

ଫେରିପାରିବା କି

ଆଉ ଥରେ ତୁମର ସେ

ଗାଉଁଲି ଗାଁ କୁ

ତମେ ସହରିଆ ହେଲାପରେ

ଭୁଲିଗଲ ତା ଭଲପାଇବା

ସିଏ ଆଜି ବି ତୁମକୁ ମନେ ରଖିଛି

ପ୍ରଦୂଷଣ ସହରଠୁ ତୁମକୁ

ଫେରେଇ ଆଣିବାକୁ ଚେଷ୍ଟା କରୁଛି


ସହରିଆ ପବନ ଖାଇ

ତୁମେ ଭୁଲିଗଲ

ସିଏ ଶିଖେଇ ଥିବା

ଅନେକ କଥା

ତମ ଛାତିରେ ଭରିଦେଇଥିବା

ଅଦମ୍ୟ ସାହସ

ଅସୁବିଧାକୁ ସମ୍ମୁଖୀନ କରିବାର କୌଶଳ


ବୁଝିଛ କି

ତା ଶୀତ ରାତିର ବେଦନା

ତୁମକୁ ପାଖରେ ନ ପାଇଁ

ରାଧାପରି ପଗେଳି ହୁଏ


ବୁଝିଛ କି

ତା ଦେହର ଉଷୁମ ପବନ

ତୁମେ କେତେ ମନେ ପକାଏ

ତୁମ ଦେହରୁ ଦୁଃଖ, କ୍ଳେଶ

ଅବଶ ଆଉ ଅଶୋଷର

ଝାଳକୁ ନିଗାଡି ତୁମକୁ ହାଲକା କରବାକୁ

ତୁମ ଦେହରେ ଶୀତଳତା ଭରି ଦେବାକୁ


ତମ ଅନୁପସ୍ଥିତି

ତା ଗାଉଁଲି ଆଖିରୁ

ଝରାଇ ଦିଏ ବର୍ଷାର ସ୍ରୋତସ୍ୱିନୀ

ହେଲେ ତମେ ବୁଝିପାରିଲନି

ଆଜିଯାଏଁ ସହରର ବିଳାସରେ

ନିଜକୁ ଉସର୍ଗି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract