ବୁଝିଛ କି?
ବୁଝିଛ କି?
ତୁମେ କେବେ
ବୁଝିଛ କି
ଗାଁର ମାନକଥା
କେବେ ଚେଷ୍ଟା କରିଛକି
ଜାଣିବାକୁ ତା ପ୍ରେମ
ତୁମେ ଫେରି ଆସିବା ପରେପରେ
ତାକୁ ପଚାରୁଥାଏ
ତମ କଥା
ତା ଦେହରେ ପ୍ରବାହିତ
ତୁମ ଦେହକୁ ଥରେ ଅବା
କେତେଥର ଛୁଇଁ ଯାଇଥିବା
ଗାଉଁଲି ପବନ
ପଚାରେ ପୁଣି
ବିବିଧ ଋତୁରେ
ମହକୁଥିବା ଫୁଲର ବାସ
ତୁମକୁ ବାସ୍ନା ଦେବା ପାଇଁ
ତମ ହୃଦୟରେ
ଛପି ରହିଥିବା ଦରଦକୁ
ତୁମଠୁ ଛଡେଇ ନେବା ପାଇଁ
ତମେ କୁହ
ଫେରିପାରିବା କି
ଆଉ ଥରେ ତୁମର ସେ
ଗାଉଁଲି ଗାଁ କୁ
ତମେ ସହରିଆ ହେଲାପରେ
ଭୁଲିଗଲ ତା ଭଲପାଇବା
ସିଏ ଆଜି ବି ତୁମକୁ ମନେ ରଖିଛି
ପ୍ରଦୂଷଣ ସହରଠୁ ତୁମକୁ
ଫେରେଇ ଆଣିବାକୁ ଚେଷ୍ଟା କରୁଛି
ସହରିଆ ପବନ ଖାଇ
ତୁମେ ଭୁଲିଗଲ
ସିଏ ଶିଖେଇ ଥିବା
ଅନେକ କଥା
ତମ ଛାତିରେ ଭରିଦେଇଥିବା
ଅଦମ୍ୟ ସାହସ
ଅସୁବିଧାକୁ ସମ୍ମୁଖୀନ କରିବାର କୌଶଳ
ବୁଝିଛ କି
ତା ଶୀତ ରାତିର ବେଦନା
ତୁମକୁ ପାଖରେ ନ ପାଇଁ
ରାଧାପରି ପଗେଳି ହୁଏ
ବୁଝିଛ କି
ତା ଦେହର ଉଷୁମ ପବନ
ତୁମେ କେତେ ମନେ ପକାଏ
ତୁମ ଦେହରୁ ଦୁଃଖ, କ୍ଳେଶ
ଅବଶ ଆଉ ଅଶୋଷର
ଝାଳକୁ ନିଗାଡି ତୁମକୁ ହାଲକା କରବାକୁ
ତୁମ ଦେହରେ ଶୀତଳତା ଭରି ଦେବାକୁ
ତମ ଅନୁପସ୍ଥିତି
ତା ଗାଉଁଲି ଆଖିରୁ
ଝରାଇ ଦିଏ ବର୍ଷାର ସ୍ରୋତସ୍ୱିନୀ
ହେଲେ ତମେ ବୁଝିପାରିଲନି
ଆଜିଯାଏଁ ସହରର ବିଳାସରେ
ନିଜକୁ ଉସର୍ଗି
