Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational

4.1  

ବି. ନିରୁପମା

Classics Inspirational

ବୁଝିବ ମହତ୍ତ୍ୱ ତୋର

ବୁଝିବ ମହତ୍ତ୍ୱ ତୋର

1 min
80



ତେତିଶ କୋଟି ତୋ ଦେହେ ଦିଅଁ-ଯେଣୁ

ତେଣୁ କାମଧେନୁ ନାଆଁ,

ତୋ ସେବା ପୂଜାରେ ସର୍ଵ ଦେବ ତୋଷ

ହୁଅନ୍ତି ଆପଣା ଛାଆଁ ।


ତୋର କଲ୍ୟାଣରେ ଜଗତ ମଙ୍ଗଳ

ପୁରାଣେ ରହିଛି ତଥ୍ୟ ,

ଧରଣୀ ବକ୍ଷରୁ ଶିରୀ ତୁଟିଯାଏ

କଲେ ତୋତେ ହନ୍ତସନ୍ତ ।


ମାନବ ଜାତିର କଲ୍ୟାଣ ସକାଶେ

ବିଧାତା ଗଢ଼ିଲେ ତୋତେ ,

ମାଆ ଭଳି ତୁ ଲୋ ସାହା ହେଉ ପରା

ମଣିଷକୁ କେତେ ମତେ ।


ନିରୀହ,କୋମଳ ସ୍ଵଭାଵଟି ତୋର

ଅଳପରେ ତୋଷ ହେଉ ,

ଗଣ୍ଡାଏ ଖାଇ ତୁ ମୁନ୍ଦାଏ ପିଇକି

ମାନବ ସେବାରେ ଥାଉ ।


ଯେତେ ସବୁ ତୋର ଉତ୍ତର ଦାୟାଦ

କରନ୍ତି ବି ଏଇ ସେବା ,

ବିନା ପ୍ରତିବାଦେ ପୀଢ଼ି ପୀଢ଼ି ଧରି

ଶିଖିଛନ୍ତି ଖାଲି ଦେବା ।


ହେଲେ ଏ ମଣିଷ କାହିଁକି ଏମିତି

ଆଜି ଅମଣିଷ ହୁଏ ,

ଏତେ ଉପକାର କଲେ ବି ତାହାର

ଭାବୁନାହିଁ ମାଆଟିଏ ।


ପଶୁଟିଏ ବୋଲି ଭାବିଦେଇ ସେ ତ

ମାତିଛି ଲାଳସା ପଛେ ,

ଡାକି ଆଣୁଅଛି ସବୁ ବିପତ୍ତିକୁ

ତୋହର ଦୀର୍ଘ ନିଃଶ୍ୱାସେ ।


କେବେ ତା'ର ବୁଦ୍ଧି ଉଦୟ ହୋଇବ

ବୁଝିବ ମହତ୍ତ୍ୱ ତୋର ,

ତୋ ହିତ ସାଧନେ ଧ୍ୟାନ ଦେବ-ଆଉ

ଭାବିବ ମାଆଟି ମୋର ।


Rate this content
Log in

Similar oriya poem from Classics