STORYMIRROR

kamal kumar dash

Classics Children

4  

kamal kumar dash

Classics Children

ବୁଢାପା

ବୁଢାପା

1 min
23.2K


ସକାଳୁ ସକାଳୁ  ଦୁଆରେ ଦେଖିଲି 

   ବୁଢାପା ହୋଇଛି ଠିଆ 

କବାଟ ଖୋଲ ମୁଁ  ଭିତରେ ଆସିବି 

   ଡାକୁଛି ହୋଇ ଛାନିଆଁ (1)

ହସିକି କହିଲି   ଟିକେ ରହିଯାଅ 

   ବୟସ ମୋ ହୋଇ ନାହିଁ 

ଆଉ ଟିକେ ମତେ ବଞ୍ଚିବାକୁ ଦିଅ 

   ତାପରେ ଆସିବ ଭାଈ (2)

ରାଗିକି କହିଲା ଅଯଥାରେ ଆଉ 

   ତୁମେ ବାବୁ ଚିଲାଅନି 

ବୟସ ବଢିଛି  ସେପାଇଁ ଆସିଛି 

    ଫେରିବାର ପ୍ରଶ୍ନ ନାହିଁ (3)

ବିନୟେ କହିଲି  ଆଜିଯାଏଁ ମୁଁତ 

   ବଞ୍ଚୁଥିଲି ନିଜ ପାଇଁ 

ଏବେଠୁ ଭାବୁଛି  ସାଙ୍ଗଙ୍କ ସାଥିରେ 

    ବଞ୍ଚିବି ମୁଁ ଅନ୍ୟ ପାଇଁ (4)

ବୁଢାପା ହସିଲା    ତାପରେ କହିଲା 

    ତାହେଲେ ତୋ ଚିନ୍ତା ନାହିଁ 

ବୟସ ବଢିଲେ   ସାଙ୍ଗ ପାଖେଥିଲେ 

    ମୁଁ ଆସି ପାରିବି ନାହିଁ (5)

ଚାଲ ସାଙ୍ଗ ଆଜି   ଏକାଠି ହସିବା 

    କାନ୍ଧରେ ହାତ ପକାଇ 

ଆମରି ଖୁସିରେ  ବୟସ ହାରିବ 

    ବୁଢାପା ଯିବ ଦୂରେଇ (6)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics