STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବୁଦ୍ଧ ହେ ଆସ ଅବତରି

ବୁଦ୍ଧ ହେ ଆସ ଅବତରି

1 min
224


ବୁଦ୍ଧ ହେ ଆସ ଆଉ ଥରେ ଅବତରି

  ଦେଖିବ ନୟନେ

ହିଂସା ଦ୍ୱେଷ ଆଉ ମରଣ ଭୟରେ

  ଜଗତ ହେଉଛି ଘାରି। 


ବୈଶାଖ ପୂର୍ଣ୍ଣିମା ଏ ପୂଣ୍ୟ ତିଥିରେ

  ଲୁମ୍ବିନୀ ଉଦ୍ୟାନେ

  ମାୟା ଦେବୀ କୋଳେ

ଶୁଭ ବେଳେ ଜନମିଲ

ଅହିଂସାର ବାଣୀ ପ୍ରଚାରି ଜଗତେ

  ଅକ୍ଷୟ କୀର୍ତ୍ତି ସ୍ଥାପିଲ।


ସୁନ୍ଦରୀ ତରୁଣୀ ବିଳାସ ବ୍ୟସନେ

  କାହିଁରେ ନ ମଜ୍ଜି

  ମାୟା ମୋହ ତେଜି

ଧ୍ୟାନରେ ମଗ୍ନ ନ ହୋଇ

ବୋଧିଦୃମ ତଳେ ତପକୁ ଆଚରି

  ବୁଦ୍ଧ ରୂପେ ସିଦ୍ଧ ହୋଇ।


କାମନା ବିନାଶେ ଦୁଃଖର ବିନାଶ

  କାମନାକୁ ତେଜି 

   ହିଂସାକୁ ବରଜି

ସତ୍ୟର ପଥକୁ ବରି

ଅହିଂସା ପଥର ପଥିକ ହୋଇଲେ

  ନିର୍ବାଣକୁ ପ୍ରାପ୍ତ କରି।


ଆଉ ଥରେ ବୁଦ୍ଧ ନିଅ ଅବତାର

  ଦେଖ ଏଥେ ଆସି

   ଏ ଧରଣୀ ବାସୀ

ଭୋଗନ୍ତି କେତେ କଷଣ

ଅଭ୍ୟାସ ମୁଦ୍ରାରେ ଆଶୀର୍ବାଦ ଦେଇ

  କର ବାରେ ପରିତ୍ରାଣ।


ବୁଦ୍ଧମ୍ ଶରଣମ୍ ଗଚ୍ଛାମି

ସଂଘମ୍ ଶରଣମ୍ ଗଛାମି

ଧର୍ମମ୍ ଶରଣମ୍ ଗଛାମି

ସତ୍ୟମ୍ ଶରଣମ୍ ଗଛାମି

  ବାଣୀରେ ତୁମର

ଧରଣୀ ଉଠୁଁ ଗୁଞ୍ଜରି

ଯେତେ ଦୁଃଖ ଶୋକ 

  ରୋଗ ଏ ସଂସାରୁ

ଯାଉ ଦୂରେ ଅପସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational