STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ବସନ୍ତ

ବସନ୍ତ

1 min
196


ଋତୁ ଚକ୍ରେ ଋତୁ ରାଜନ ସମାଗତ ଧରାରେ

ତରୁ ଲତା ପାଇ ବାରତା ଫୁଲେ ଫୁଲେ ମଣ୍ଡିଲେ

ମଧୁର ସ୍ଵର ରେ କୋକିଳ ପତ୍ର ଗହଳେ ବସି

ବସନ୍ତ ଆଗମ ବାରତା ଗୀତେ ଯାଏ ବରଷି ।।


ଅବାଚୀ ମଳୟ ସମୀର ଅଙ୍ଗ ଯାଏ ପରସି

ପଦ୍ମ, କୁମୁଦ ର ଫୁଆରେ ହସିଉଠେ ସରସୀ

ସବୁଜ ପଲ୍ଲବ ଦୁକୂଳ ପିନ୍ଧି କାଶ୍ୟପୀ ସତୀ

ଆବାହନ କରୁଅଛି କି ରାଧା କୃଷ୍ଣ ମୂରତି ।।


ପୁଷ୍ପରେଣୁ ଝାଡି ଭ୍ରମରେ ମଧୁପାନେ ମୋହିତ

ମଧୁ ସଉରଭ ତରଙ୍ଗେ ଦଶଦିଶ ପ୍ଳାବିତ

ନବୀନ ପୁଲକ ସଞ୍ଚାରେ ରସା ନବ ଯୌବନେ

ଉଦାର ଉଦ୍ଦାମ ଉଲ୍ଲାସ ଅଦଭୁତ ବିଧାନେ ।।


ବସନ୍ତ ଉତ୍ସବେ ସକଳେ ପୁଣ୍ୟ ଆନନ୍ଦ ଭରେ

ସରଗ ର ଶିରୀ ସମ୍ପଦ କିବା ମର୍ତ୍ତ୍ୟ ମଣ୍ଡଳେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics