STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ବସନ୍ତ ଋତୁର ଆଗମନେ

ବସନ୍ତ ଋତୁର ଆଗମନେ

1 min
289

ଦେଇଣ ସନ୍ଦେଶ ଚାଲି ଗଲେ ଋତୁ

 ସମୟର ଗତି ଚକ୍ରେ 

ସୁଗନ୍ଧିତ ହୋଇ ମଳୟ ବହୁଛି

 ପୁଲକିତ ଋତୁ ଚକ୍ରେ।


ବସନ୍ତ ମଳୟ ବସନ୍ତ ଋତୁରେ

 ପ୍ରଫୁଲ୍ଲିତ ଜନମନେ 

ଆମ୍ବ ଗଛେ ଦିଶେ ବଉଳର ଛଟା

 ଖୁସି ଲାଗୁ ଥାଏ ମନେ।


ପୂରୁଣା ଛାଡିଣ ନୂତନେ ସଜ୍ଜିତ

  ସବୁଜ ହିଁ ଦୃଷ୍ଟିପାତ 

ସବୁଜ ହୋଇଛି ଗଛପତ୍ର ଲତା

  କରେ ମନ ପ୍ରଲୋଭିତ। 


ସଜ୍ଜିତ ବୃକ୍ଷରେ ସୁଗନ୍ଧିତ ପୁଷ୍ପ

 ସୁଗନ୍ଧ ମଳୟ ତହିଁ 

ବ୍ରହ୍ମାଣ୍ଡ ଠାକୁରେ ପୂଜନ ନୈବେଦ୍ୟ

 ସଜାଡି ଦେଇଛି ଯହିଁ।


ଗୌରବାନିତ୍ଵଟି ବସନ୍ତ ଋତୁରେ

 ହୋଇଛି ଧରଣୀ ରାଣୀ 

ପଟାନ୍ତର ନାହିଁ ସୌନ୍ଦର୍ଯ୍ୟରେ ତାର

 ଦିଶୁଛି ଧରଣୀ ରାଣୀ।


ପୁଷ୍ପର ଗନ୍ଧରେ ସୁଗନ୍ଧିତ ପୃଥି

 ଋତୁରାଜ ଆଗମନେ 

ନାହିଁ ଦୃଶ୍ୟ ଏବେ ଅଦୃଶ୍ୟ ରୋଗଟି

 ଆଜି ଖୁସି ଜନମନେ।


ଉଦ୍ୟାନ ଦିଶୁଛି ଅତି ହିଁ ସୁନ୍ଦର

 ନୂତନ ବସ୍ତ୍ର ଧାରଣ 

ସୁଗନ୍ଧିତ ପୁଷ୍ପ ଦିଶୁଛି ତହିଁରେ

 ଭଁଅର କରେ ଭ୍ରମଣ 


ମହୁମାଛି ତହିଁ କଳାହୋଳ କରେ

 ମହୁ ସଂଗ୍ରହର ପାଇଁ 

ଦିଶେ ଅନୁପମ ଦୃଶ୍ୟ ଉଦ୍ୟାନର

 ନିତ୍ୟେ ଦେଖିବାର ପାଇଁ।


ଜଙ୍ଗଲର ଦୃଶ୍ୟ ଦିଶେ ମନୋହର

 ଋଷି ମୁନି ତପସ୍ୟାର 

ସୁଗନ୍ଧ ମଳୟ ଦେଏଟି ସନ୍ଦେଶ

 ପ୍ରଭୁ ଭକ୍ତି ନିରନ୍ତର।


ଶୁଭାଶିଷ ତହିଁ ଋଷି ମୁନି ପାଇଁ

 ଅହରହ ପ୍ରଭୁ ଧ୍ୟାନ 

ଋତୁରାଜ ଦିଏ ଭକ୍ତି ପ୍ରେମ ଶ୍ରଦ୍ଧା

 ପ୍ରଭୁଙ୍କ ଚରଣେ ଧ୍ୟାନ।


ଶୁଭାରମ୍ଭ ହୁଏ ନୂତନ ଋତୁରୁ

 ମାଙ୍ଗଳିକ କାର୍ଯ୍ୟ ଗୃହେ 

ଶୁଭକାର୍ଯ୍ୟ ସବୁ ଶୁଭମୟ ହୁଏ

 ବସନ୍ତ ଋତୁରୁ ଗୃହେ।


କବି ଦେଖୁଥାଏ ବସନ୍ତରାଜକୁ

 ଆଗମନ ତାର କେବେ 

ଦୃଶ୍ୟ ବସନ୍ତର ରଚନା କରିବ

 ଆସି ଅଛି ଋତୁ ଏବେ।


ଜ୍ଞାନୀ ବୁଝି ଥାଏ ଜ୍ଞାନର କଥାକୁ

 ଜ୍ଞାନ ଦେଉ ଥାଏ ଜନେ 

କବି ବୁଝି ଥାଏ ହୃଦୟ ଝଙ୍କାର

 ରଚନା ଦିଏଟି ଜନେ।


ରଚନା କବିର ଶିକ୍ଷା ଦିଏ ଜନେ

 କଳ୍ପନା ରୂପକୁ ଦିଏ 

ସେହୁ ରୂପ କରେ ସମାଜ ସୁଧାର

 ରାଷ୍ଟ୍ରକୁ ଗୌରବ ଦିଏ।



Rate this content
Log in

Similar oriya poem from Inspirational