STORYMIRROR

Ashok Kumar Nayak

Inspirational

4  

Ashok Kumar Nayak

Inspirational

ବସନ୍ତ ରାସ

ବସନ୍ତ ରାସ

1 min
241

ସୁଗନ୍ଧ କୁସୁମ ତନୁକୁ ଛୁଇଁ

ବସନ୍ତର ମନ୍ଦ ମଳୟ ବହି 

ମନ ପ୍ରାଣେ ଖେଳଇ ଶିହରଣ 

ବାର୍ଦ୍ଧକ୍ୟରେ ଫେରଇ ଯଉବନ ଯେ 

କିଶୋର କିଶୋରୀ ପ୍ରୀତି ଯେ 

ପ୍ରେମ ପତ୍ର ଲେଖନ୍ତି ହରଷ ମନେ 

ଫୁଲଶରେ ସ୍ୱପ୍ନେ ମତି ଯେ ।


ପ୍ରୀତି ପାଇଁ ପୂଜଇ କେ ଶଙ୍କର 

ଭକ୍ତଭାବ ବୁଝିଯାନ୍ତି ଠାକୁର ।

ଆସେ ଋତୁ ଧରି ରାସ ବସନ୍ତ 

ଶାନ୍ତକାନ୍ତ ବସନ୍ତ ଆହ୍ଲାଦିତ ଯେ 

ବକୁଳ ତ ଚ୍ୟୁତ ବୃକ୍ଷେ ଯେ 

ପଞ୍ଚତାନେ ବସନ୍ତେ ମଧୁର ସଙ୍ଗୀତ 

କୋକିଳ ଗାନେ ଚ୍ୟୁତ ବକ୍ଷେ ଯେ ।


ବସନ୍ତ ରାସ ବିନା କଳକଣ୍ଠ 

ଶୁଭେ ନାହିଁ ମଧୁର ସ୍ୱର କଣ୍ଠ 

ବସନ୍ତ ନ ଆସିଲେ ଏ ମଳୟ 

ଶ୍ରୀ ହୀନ ଲାଗେ ହୃଦର ଆଳୟ ଯେ 

ଫଗୁଣରେ ଆମୋଦ ପ୍ରମୋଦେ ଶୋଭେ 

ରାଧାକୃଷ୍ଣ ପ୍ରୀତିରସ ଯେ ।


କୋଟି କନ୍ଦର୍ପର ବେଶକୁ ଧରି 

ଗୋପୀ ଏ ରଙ୍ଗ ହୋଲି ଖେଳ କରି 

ବସନ୍ତ ରାସ ଆଣିଛି ଆନନ୍ଦ 

ଶୂନ୍ୟରେ ବହୁଅଛି ମକରନ୍ଦ ଯେ 

ମର୍ତ୍ତ୍ୟମଣ୍ଡଳ ତ ସ୍ୱର୍ଗ ଯେ 

ବସନ୍ତ ସୌନ୍ଦର୍ଯ୍ୟେ ଚତୁଃପରିବେଶେ 

ଆହ୍ଲାଦିତ ପ୍ରାଣୀବର୍ଗ ଯେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational