Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jamuna Dash

Abstract

4  

Jamuna Dash

Abstract

ବସନ୍ତ ପଞ୍ଚମୀ (ରାଗ--କୌଶିକ )

ବସନ୍ତ ପଞ୍ଚମୀ (ରାଗ--କୌଶିକ )

2 mins
233



ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିଟି ବସନ୍ତ ପଞ୍ଚମୀ ନାମରେ

ଖ୍ୟାତ ରହିଅଛି,ବସନ୍ତ ଆଗମ ହୋଇଥାଏ ସେଇ ଦିନରେ।

     ସରସ୍ବତୀ ଙ୍କ,  

      ପୂଜା ହୋଇଥାଏ ବିଧିରେ,

ଛାତ୍ର ଛାତ୍ରୀ ଯେତେ ବାଗ୍ଦେବୀ ପୁଜନ କରିଥାନ୍ତି ମହାଡ଼ମ୍ବରେ।୧।

ବିଦାୟ ନେବାକୁ ଶିଶିର ଉଦ୍ଯତ ଧରଣୀରୁ ଦେଖ ସୁଜନେ,

ଚୁତ ବୃକ୍ଷ ସବୁ ବକୁଳ ଶୋଭିତା, ପତ୍ରଝଡ଼ା ଶେଷ କାନନେ।

       କିଶଳୟ ସେ,

        ବୃକ୍ଷେ ଉପୁଜି ଶୋଭା ଦିଶେ,

ନୂତନ ପତ୍ରେ ପାଦପ ସୁସଜ୍ଜିତ ସବୁଜ ସୁଷମା ପ୍ରକାଶେ।୨।

ଦକ୍ଷିଣାୟନ ତ୍ଯାଗ କରି ସୂରୁଯ ଉତ୍ତରାୟଣ ଗତି କରି,

ଶିଶିର ନାଶରେ ପଦ୍ମିନୀ କୋରକ ଭାନୁ ସୁଖ ପାଇଁ ବାହାରି।

      ଆନନ୍ଦ ମତି, 

       ହୋଇ ନୂତନ ବେଶେ ଧରା,

ବାକ୍ୟ ଦେବୀଙ୍କର ଆଗମନ ପାଇଁ ମେଲାଏ ଶୋଭାର ପସରା।୩।

ବାସନ୍ତୀ ଲକ୍ଷ୍ମୀ ଯେ ନିରାଜନା ପାଇଁ ସଜାଇ ବସନ୍ତ ସମ୍ଭାର

କାବ୍ଯ କଳା ଠାକୁରାଣୀ ଙ୍କ ଆଗମେ ନୈବେଦ୍ୟ ବାଢ଼ଇ ଫୁଲର।

           ବୀଣା ପୁସ୍ତକ,

        ଧରି ଧରାରେ ଅବତରୀ,

ବିଦ୍ଯାପ୍ରଦାୟିନୀ,ଜଗତବନ୍ଦିନୀ ଜ୍ଞାନ ପରଷନ୍ତି ସୁନ୍ଦରୀ।୪।

 ଶ୍ରୀମନ୍ଦିରେ ହୁଏ ବସନ୍ତ ଉତ୍ସବ, ମାଦଳା ପଞ୍ଜିକା ପୂଜନ,

ପଞ୍ଚ ପଲ୍ଲବ ର ଲାଗି ହୋଇଥାଏ,ଘୋଡ଼ଲାଗି ଯେ ସମାପନ।

         ଅନୁକୂଳ ଯେ, 

        ହୋଇଥାଏ ରଥ କାଠର,

ନୂତନ ପଞ୍ଜିକା ଆରମ୍ଭ ହୁଅଇ, ପୂଜା ଲେଖନୀ, ପୁସ୍ତକର।୫।

 ଶ୍ବେତପଦ୍ମାସନା ଶ୍ବେତବସ୍ତ୍ରାବୃତା ମରାଳ ବାହନେ ଆସନ୍ତି,

ବସନ୍ତ ପଞ୍ଚମୀ ତିଥିରେ ବିଜୟ କରି ଶ୍ରୀପଞ୍ଚମୀ କରନ୍ତି।

          ବିଦ୍ୟାଦାତ୍ରୀ ଙ୍କୁ,

        ନତ ମସ୍ତକେ କରି ଧ୍ୟାନ,

କବିର ଲେଖନୀ ସଦା ଚାଲୁଥାଉ ହୃଦୟେ ଥାଉ ଦିବ୍ୟଜ୍ଞାନ।୬।



Rate this content
Log in

Similar oriya poem from Abstract