STORYMIRROR

Jamuna Dash

Others Children

4  

Jamuna Dash

Others Children

ଶିଶୁ ଟିଏ ମୁହିଁ ଶିଶୁ ଟିଏ

ଶିଶୁ ଟିଏ ମୁହିଁ ଶିଶୁ ଟିଏ

2 mins
220


ମନଟି ମୋହର ସାଦା କାଗଜ,

ମୁଣ୍ଡରେ ଅଛି ଉର୍ବର ମଗଜ।

ବଡ଼ଙ୍କ ଠାରୁ ଯାହା ଶୁଣେ ଦେଖେ,

ଭିତରେ ମୋହର ସାଇତି ରଖେ।

       ଅନୁକରଣରେ,

ଗୁରୁଜନଙ୍କର ଚଳଣି କରେ।୧।

ବାପା,ମାଆଙ୍କର ଶାନ୍ତି ଶୃଙ୍ଖଳା,

ଜେଜେ ବାପା,ମା ଙ୍କ ଗପ ବୁଜୁଳା।

ଗୁରୁଙ୍କ ଆଦେଶ ମୋ ପାଇଁ ଭଲ,

ଶିଖେ ସବୁଙ୍କର ଭାଷା ଓ ବୋଲ।

        ଆଦର୍ଶ ମୋହର,

ଗୁରୁ,ଗୁରୁଜନ କଥାର ସାର।୨।

ମୁହିଁ ଅଟେ ଦେଶର ଭବିଷ୍ୟତ,

ଗୁରୁଜନ ମୋତେ ଦେଖାଅ ପଥ।

ମୋତେ ଗଢ଼ିବାରେ ନକର ହେଳା,

ତୁମ ଆଦର୍ଶରେ ମୁଁ ଭଲ ପିଲା।

       କର୍ମଠ ମୁଁ ହେବି,

ପିତା ମାତା ଙ୍କର ତ୍ଯାଗକୁ ଲଭି।୩।

ଚିହ୍ନିଥିଲେ ମୋତେ ଚାଚା ନେହେରୁ,

ତାଙ୍କ ଜନ୍ମଦିନେ ନମେ ହୃଦରୁ।

ମୋ ପାଇଁ ଉତ୍ସର୍ଗ ଏହି ଦିନ ଟି,

ମୋ କଥା ଶୁଭଇ ଆଜି ସବୁଠି।

        ମୋ ହସ ପାଇଁ ଟି,

କେତେ କଥା,ଖେଳ, ଖାଦ୍ୟ ମିଳେଟି।୪।

ଗୋଟିଏ ଦିନର ହସ ସରିଲେ,

ଭୁଲିଯିବେ ସର୍ବେ ପିଲାଙ୍କୁ ହେଳେ।

କେତେ ସାଥି ମୋର ଅଛନ୍ତି ଦୁଃଖେ,

ହସ ନାହିଁ କେବେ ତାଙ୍କରି ମୁଖେ।

       ଅଲୋଡ଼ା ହୁଅନ୍ତି,

ବାରବୁଲା ହୋଇ,ଭିକ ମାଗନ୍ତି।୫।

କିଏ କରେ କାମ ଜୀଇଁବା ପାଇଁ,

ହସ କା'ର ଶୁଖେ ମାଲିକ ପାଇଁ।

ପିଠିରେ କାହାର ମାଡ଼ର ଦାଗ,

ଗରମ ପାଣି ର ଫୋଟକା ଦାଗ।

      ଟିକେ, ଚିନ୍ତା କର,

ସେମାନଙ୍କୁ ଦିଅ ଜୀବନ ଝର।୬।

ହେ ମାନବ, ଆଜି ଶପଥ କର,

ମୋ ସାଥିଙ୍କ ପାଇଁ ଖୋଲ ଦୁଆର।

ମୁଁ ହସିଲେ,ସାରା ବିଶ୍ବ ହସିବ,

ମୁଁ ହେଲେ ମଣିଷ ଦେଶ ରହିବ।

       ଶିଶୁ ଟିଏ ମୁହିଁ,

ତୁମ୍ଭ ଆଦରକୁ ରହିଛି ଚାହିଁ।୭।

        

       


Rate this content
Log in