STORYMIRROR

Jamuna Dash

Inspirational

4  

Jamuna Dash

Inspirational

ମା ମାଟିର ଡାକ

ମା ମାଟିର ଡାକ

2 mins
225

ମା ମାଟିର ଡାକ

       ଶ୍ରୀମତୀ ଯମୁନା ଦାଶ।

ଡାକେ ମାଆ ମାଟି ଶୁଣରେ ଧନ

     ଉତ୍ସବ କୁ ଡାକେ ଆସ ବହନ।

ମୋ କୋଳରୁ ଯାଇ କରିଛୁ ନାଆଁ

      ବେଳେ ବେଳେ ଖୋଜେ ତୋହରି ମାଆ।

ସ୍ମୃତି, ଗାଥା ନେଇ ହୁଏ ଉତ୍ସବ,

       ଆସ ମୋର ଧନ ଘେନି ତୋ ଭାବ।

ଏଠି ଆୟୋଜନ କରନ୍ତି ପୋଏ,

      ଲୋକ ଉତ୍ସବ ତ ନାମଟି ସିଏ।

ଅତୀତ ର ଲୋକ ସାହିତ୍ୟ ଯେତେ

       ଲୋକ ଚଳଣି,ଜୀବନୀ ସହିତେ।

ଲୁପ୍ତପ୍ରାୟ କଳା ଗୌରବ ଗାଥା

       ନାଚ ଗୀତ ପାଲା ସଂସ୍କୃତି କଥା।

ସଞ୍ଚାର,ଓଡ଼ିଶୀ, ସମ୍ବଲପୁରୀ

      ଲୋକନାଟ୍ଯ ଆଉ ଢୋଲ ମହୁରୀ।

ହେବ ଆଲୋଚନା ମନର ଭାବ

       ପୂର୍ବର ଐତିହ୍ୟ ପୂର୍ବ ଗୌରବ ।

ଚଷାପୁଅ ସୁଖ ଦୁଃଖ କାହାଣୀ,

         ମାଟିର ଗାଥା ଓ ଚାଲି ଚଳଣି।

ମାଆର ଭାଷା ଯେ ଅତି ମଧୁର

       ଯେଉଁ ଅଞ୍ଚଳରେ ଯାହା ସୁନ୍ଦର।

ମାଆ ପଣତ ଶ୍ରୀମନ୍ଦିର ନେତ

       ମାଆ କୋଳେ ମିଳେ ସବୁ ସୁଖ ତ।

ସନ୍ତାନ ନାଆଁ ରେ ଗର୍ବ ମାଆର

         ଖୁସି ହୁଏ ମୁହିଁ କୁଶଳେ ତୋର।

ମୋ ମାଟିରେ ବଢ଼ି କରିଛୁ ନାଆଁ

       ଜାଣୁଛି ତୋତେରେ ସାରା ଦୁନିଆଁ।

ଖୁସି ମନେ ଥରେ ଆସନ୍ତୁ ପାଶେ

       ଛାତି କୁଣ୍ଢେମୋଟ ହୁଅନ୍ତା ସତେ।

ବାହାରେ ରହିଛୁ ଏ ମାଟି ଛୁଆ

      ଲୋକତ୍ସବେ ଆସ ଡାକେ ତୋ ମାଆ।

ତୋ ନାମରେ ଯୋଡ଼ା ନାମ ମୋହର

      ଖୁସି ହୁଏ ଶୁଣି ଯଶ ତୋହର।

ଜଗତ ଜନନୀ କୃପା କରନ୍ତୁ

      ତୋତେ ସର୍ବଦା ଖୁସିରେ ରଖନ୍ତୁ।



Rate this content
Log in

Similar oriya poem from Inspirational