STORYMIRROR

Jamuna Dash

Classics

4  

Jamuna Dash

Classics

ଦୟାବତୀ ମା ମୋର

ଦୟାବତୀ ମା ମୋର

2 mins
271


ବୁଦ୍ଧି ହଜିଗଲେ,ସାହା ନପାଇଲେ

     ଏକା ହୋଇଯାଏ ଯେବେ,

ତୋ ନାମ ମନରେ ଆସେ ଲୋ ଜନନୀ

     ଡାକିଥାଏ ତୋତେ ଭାବେ।


ତୋ ନାମ ସ୍ମରଣେ ବଳ ବୁଦ୍ଧି ମିଳେ

     ଲାଗେ ଅଛୁ ତୁହି ପାଶେ,

ବେସାହାରା ଆଉ ଲାଗେନାହିଁ ଜମା

     ଯେବେ ନାମ ତୋର ଘୋଷେ।


ଶକତି ଦାୟିନୀ ଅଟୁ ତୁହି ମାଲୋ

      ସନ୍ତାନ ପାଇଁ ତୋହର,

ଅନୁଭବେ ତୋତେ ପାଏ ସଦାବେଳେ

      ଅନ୍ତରେ ଥାଉ ମୋହର।


ହୃଦୟେ ଡାକିଲେ କାରଣ ହେଉ ମା

      ଫିଟାଉ ଦୁଃଖ ବନ୍ଧନ,

ଅଳି ଘେନା କରି,ସୁଖ ପରଷୁ ଗୋ

     ଜାଣି ପାରେ ମୋର ମନ।


ଗାଳି ସହିଥାଉ ଭାବରେ ମାଆ ଲୋ

      ଗର୍ବ କରିଥାଉ ନାଶ,

ଅନୀତି ଆଚାର କରିବା ଲୋକଙ୍କୁ

    ଭିଡ଼ୁ ଦେଇ ଦଣ୍ଡ ଫାଶ।


କେତେ ନାମ ତୋର ଅଛି,କେ ପାରିବ

     କଳନା କରି ତାହାର,

ତୁହି ଏକା ଜାଣୁ ଲୀଳା ଖେଳା ତୋର

     ମହିମା ତୋର ଅପାର।


ମୁଁ ଅଟେ ଦୁଃଖିନୀ ଦୟା କରେ ଭିକ୍ଷା

     ଦେଉଥିବୁ ଦୟାକରି,

ତୋ ଦୟା ରହିଲେ ଦୁଃଖ ହେବ କ୍ଷୟ

     ମିଳିଯିବ ସୁଖ ଶିରୀ।


ଦୟା କୁ ତୋହର ଅନାଇ ବସିଛି

     ଜୟ ମାଗୋ ଆଦ୍ୟାଶକ୍ତି,

ଦୟାବତୀ ମାଆ ମୋର ଅଛୁ ବୋଲି

    ମନେ ମୋର ଅଛି ଶକ୍ତି ।

     

   


రచనకు రేటింగ్ ఇవ్వండి
లాగిన్

Similar oriya poem from Classics